ଯୌନ ନିର୍ଯାତନା ଅଭିଯୋଗରେ ଅର୍ଥନୀତି ବିଭାଗର ଆସୋସିଏଟ୍ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଛି । ଆଇସିସିର ରିପୋର୍ଟ ଆଧାରରେ ନିଲମ୍ବନ କରିଛନ୍ତି କୁଳପତି। ଅର୍ଥନୀତି ବିଭାଗର ଜଣେ ଛାତ୍ରୀ ଏନେଇ ବିଶ୍ୱବିଦ୍ୟାଳୟର ଯୌନ ନିର୍ଯାତନା ସେଲ୍‌ରେ ଲିଖିତ ଅଭିଯୋଗ ପରେ କାର୍ଯାନୁଷ୍ଠାନ ନେଇଛନ୍ତି କୁଳପତି । ଏହା ସହ ହେଡକ୍ୱାର୍ଟର ନ ଛାଡ଼ିବାକୁ ଆସୋସିଏଟ୍ ପ୍ରଫେସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ମୁତାବକ: ଅଗଷ୍ଟ ୧୬ ତାରିଖରେ ଅପରାହ୍ନ ୨ଟା ବେଳେ ଅର୍ଥନୀତି ବିଭାଗର ପ୍ରଫେସର ନିଜ ଚ୍ୟାମ୍ୱରରେ ଥିବା ବେଳେ ଛାତ୍ରୀ ବହି ଆଣିବାକୁ ସେଠାକୁ ଯାଇଥିଲେ। ସେତେବେଳେ ପ୍ରଫେସର ତାଙ୍କୁ ବସିବା ପାଇଁ କହିଥିଲେ । ସେ ବସିବା ପରେ ପ୍ରଫେସର ତାଙ୍କ ପାଖରେ ଆସି ବସିଥିଲେ। ତାଙ୍କ ବିନା ଅନୁମତିରେ ତାଙ୍କ ଶରୀରର ବିଭିନ୍ନ ଅଙ୍ଗରେ ସ୍ପର୍ଶ କରିଥିଲେ । ଛାତ୍ରୀ ଜଣକ ଚିତ୍କାର କରି ତାଙ୍କ କବଳରୁ ବାହାରି ଆସିବା ପାଇଁ ଚେଷ୍ଟା କରିଥିଲେ ।

ପୀଡ଼ିତା ସେଠାରୁ ଆସି ଘଟଣା ସମ୍ପର୍କରେ କାହାକୁ କହିବାକୁ ସାହାସ ପାଇ ନ ଥିଲେ । ପରିବାରରେ ମା’ ରୋଗରେ ପୀଡ଼ିତ ଥିବାରୁ ତାଙ୍କୁ ଜଣାଇବା ସମ୍ଭବ ନଥିଲା । ପରେ ଛାତ୍ରୀ ଜଣକ ବିଶ୍ଵବିଦ୍ୟାବିଦ୍ୟାଳୟ ଯୌନ ନିର୍ଯାତନା ସେଲ୍‌ରେ ଅଭିଯୋଗ କରିଥିଲେ। କିନ୍ତୁ କୌଣସି ସୁଫଳ ନ ମିଳିବାରୁ ଛାତ୍ରୀ ଜଣକ ଜାତୀୟ ମାନବାଧିକାର ଆୟୋଗରେ ଅଭିଯୋଗ କରିଥିଲେ। ଆୟୋଗ ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ଘଟଣାର ତଦନ୍ତ କରି ପଦକ୍ଷେପ ନେବାକୁ ନିର୍ଦେଶ ଦେବାପରେ କୁଳପତି ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିଥିଲେ। ଆଜି ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ରିପୋର୍ଟ ଆଧାରରେ କୁଳପତି ସହକାରୀ ପ୍ରାଧ୍ୟାପକଙ୍କୁ ନିଲମ୍ବନ କରିଛନ୍ତି।

Leave a Reply

Your email address will not be published. Required fields are marked *