ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ । ଡ୍ରାମା ବିଭାଗ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରୁ ଉତ୍ତେଜନା । ଜଣେ ଅଧ୍ୟାପକଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ ସାମ୍ନାକୁ ଆସିଛି। ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କ ନାଁରେ କାଷ୍ଟିଂ କାଉଚ୍ ଭଳି ଅଭିଯୋଗ ଆସିଛି । ଯାହାର ପ୍ରତିବାଦରେ ଆଜି ଶତାଧିକ ଛାତ୍ରଛାତ୍ରୀ ରାଜରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭ କରୁଥିବା ଜଣେ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ ତାଙ୍କୁ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରି କଲେଜ ପରିସର ଭିତରକୁ ନେଇଥିଲା । ଅନ୍ୟପଟେ ଛାତ୍ରୀ ନିର୍ଯାତନା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ୱତନ୍ତ୍ର ସଚିବ ଦେବ ପ୍ରସାଦ ଦାସଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଅନୁଧ୍ୟାନ ପାଇଁ ମହାବିଦ୍ୟାଳୟରେ ପହଁଚିଛନ୍ତି । ଏହା ସହ ଅଭିଯୋଗ ଆସିଥିବା ଡ୍ରାମା ବିଭାଗର ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା କୁହାଯାଉଛି । ତେବେ ଏ ନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । Post navigation Odisha Assembly: ସରକାରଙ୍କ ପ୍ରଚାର ପାଇଁ ଖର୍ଚ୍ଚ ହୋଇଛି ୮୩ କୋଟି ଟଙ୍କା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ Swaraj Kaushal Passes Away: ସୁପ୍ରିମକୋର୍ଟର ବରିଷ୍ଠ ଅଧିବକ୍ତା ତଥା ମିଜୋରାମର ପୂର୍ବତନ ରାଜ୍ୟପାଳ ସ୍ୱରାଜ କୌଶଲଙ୍କ ପରଲୋକ