ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନର ମିନାବ ସହରସ୍ଥିତ ଏକ ସ୍କୁଲରେ ୪୦ ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ୬୦ ରୁ ଅଧିକଆହତ ହୋଇଥିବା ଖବର ମିଳିଛି । ଛାତ୍ରୀମାନେ ପାଠପଢ଼ୁଥିବା ସମୟରେ ଆକ୍ରମଣ ହୋଇଥିଲା । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତ ଛାତ୍ରୀମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଉଛି । ଦକ୍ଷିଣ ଇରାନର ହୋର୍ମଜଗାନ୍ ପ୍ରଦେଶର ମିନାବ ସହରରେ ଇରାନର ଅର୍ଦ୍ଧସାମରିକ ରିଭଲ୍ୟୁସନାରୀ ଗାର୍ଡର ଏକ ଘାଟି ରହିଛି । ଏହି ଆକ୍ରମଣ ପରେ ଇରାନରେ ଭୟର ବାତାବରଣ ଦେଖାଯାଇଛି । ଇରାନ ଉପରେ ଆକ୍ରମଣର ନାଁ ଇସ୍ରାଏଲ୍ ‘ଲାୟନ୍ସ ରୋର୍’ ରଖିଥିବାବେଳେ ଆମେରିକା ମିଳିତ ଆକ୍ରମଣର ନାଁ ‘ଅପରେସନ୍ ଏପିକ୍ ଫ୍ୟୁରୀ’ ରଖିଛି । Post navigation Bolivia Plane Crash: ବଲିଭିଆରେ ବିମାନ ଦୁର୍ଘଟଣା; ୧୫ ମୃତ୍ୟୁ, ୩୦ରୁ ଅଧିକ ଆହତ DGCA Issues Safety Advisory: ମଧ୍ୟ ପ୍ରାଚ୍ୟର ଯୁଦ୍ଧ ସ୍ଥିତି ଦେଖି ବିମାନ ଉଡ଼ାଣ କଟକଣା ଜାରି କଲେ କେନ୍ଦ୍ର ସରକାର