ଇରାନର ୩ଟି ପରମାଣୁ ଘାଟି ଉପରେ ବୋମାମାଡ଼ କଲା ଆମେରିକା । ଗତ ୧୩ ତାରିଖରେ ଆରମ୍ଭ ହୋଇଥିବା ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଉତ୍ତେଜନାରେ ଆମେରିକା ପ୍ରବେଶ କରିଛି। ଆମେରିକା ଇରାନର ପରମାଣୁ ସ୍ଥାନ ଉପରେ ବୋମା ପକାଇଛି। ଇରାନର ଫୋର୍ଡୋ, ନାଟାଞ୍ଜ ଓ ଇସଫାହାନ ପରମାଣୁ ଘାଟି ଧ୍ୱଂସ ହୋଇଛି । ବଙ୍କର ବଷ୍ଟର ବୋମା ସହ ଗୁପ୍ତ ବୋମାବାହୀ ବିମାନରେ ଆକ୍ରମଣ କଲା ଆମେରିକା । ଏ ନେଇ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ଇରାନର ଫୋର୍ଡଓ, ନାଟାଞ୍ଜ ଏବଂ ଇସଫାହାନରେ ଥିବା ପରମାଣୁ ସ୍ଥାନ ଉପରେ ଆମେରିକା ସଫଳତାର ସହ ଆକ୍ରମଣ କରିଛି। ଏହିଆକ୍ରମଣରେ ନିୟୋଜିତ ସମସ୍ତ ବିମାନ ଇରାନ ଆକାଶ ସୀମାରୁ ପାର ହୋଇ ଘର ବାହୁଡା ହୋଇଛନ୍ତି। ଆକ୍ରମଣରେ GBU-57A ମାସିଭ୍ ଅର୍ଡନାନ୍ସ ପେନେଟ୍ରେଟର୍, ଏକ ‘ବଙ୍କର୍ ବଷ୍ଟର୍’ ବୋମା ବ୍ୟବହାର କରାଯାଇଥିଲା, ପ୍ରତ୍ୟେକ ପରମାଣୁ ଲକ୍ଷ୍ୟସ୍ଥଳ ପାଇଁ ଦୁଇଟି ନିୟୋଜିତ କରାଯାଇଥିଲା। ସେ ଆଉ ମଧ୍ୟ କହିଛନ୍ତି ଆକ୍ରମଣର ଉଦ୍ଦେଶ୍ୟ ହେଉଛି ଇରାନର ପରମାଣୁ ସମୃଦ୍ଧି କ୍ଷମତାକୁ ବନ୍ଦ କରିବା ଏବଂ ବିଶ୍ୱର ଏକ ନମ୍ବର ରାଷ୍ଟ୍ର ପ୍ରାୟୋଜକ ଆତଙ୍କବାଦ ଦ୍ୱାରା ଉପୁଜିଥିବା ପରମାଣୁ ବିପଦକୁ ବନ୍ଦ କରିବା। ଜାତିକୁ ସମ୍ବୋଧିତ କରିବା ସମୟରେ ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ଇରାନରେ ଶାନ୍ତି ପ୍ରତିଷ୍ଠା ନହୁଏ, ତେବେ ବିନାଶ ଘଟିବ। ଇରାନକୁ ଆହୁରି ଆକ୍ରମଣ ପାଇଁ ପ୍ରସ୍ତୁତ ରହିବା ଉଚିତ। ଭବିଷ୍ୟତରେ ଆକ୍ରମଣ ଏହାଠାରୁ ବହୁତ ଭୟଙ୍କର ହେବ। Post navigation ଓଡ଼ିଶା ପାଇଁ ଯାତ୍ରା ସତର୍କତା ନିର୍ଦ୍ଦେଶାବଳୀ ଜାରି କଲା ଆମେରିକା ଦୁର୍ଘଟଣାର ଶିକାର ହେଲେ ଭୁବନେଶ୍ୱର କ୍ୟାପିଟାଲ ଥାନା ଅଧିକାରୀ