ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଆଣିଛନ୍ତି ଏକ ସାଂଘାତିକ ଅଭିଯୋଗ। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ ପକ୍ଷରୁ ଯେଉଁ ଭାରତ ଯୋଡ଼ ଯାତ୍ରା ହୋଇଥିଲା, ସେଥିରେ ସହରୀ ନକ୍ସଲ ସଂଗଠନ ସାମିଲ ଥିଲେ । ଏହି ସଂଗଠନର ଏକ ବୈଠକ ନେପାଳରେ ହୋଇଥିଲା । ବୈଠକର ଉଦ୍ଦେଶ୍ୟ ଥିଲା ମହାରାଷ୍ଟ୍ର ସରକାରକୁ ଅସ୍ଥି ର କରି ଭାଙ୍ଗିବା। ଫଡ଼ନାଭିସ ଏହା ମଧ୍ୟ କହିଛନ୍ତି ଯେ ଏଟିଏସ୍ ନିର୍ବାଚନରେ ଆତଙ୍କୀ ଧନ ବ୍ୟବହାର ନେଇ ଯାଞ୍ଚ ଆରମ୍ଭ କରିଛି । ନିର୍ବାଚନରେ ବିଦେଶୀ ଶକ୍ତିଙ୍କ ହସ୍ତକ୍ଷେପର ପ୍ରମାଣ ମଧ୍ୟ ମିଳିଛି। ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି ୧୫ ନଭେମ୍ବରରେ କାଠମାଣ୍ଡୁରେ ଏକ ବୈଠକ ହୋଇଥିଲା। ବୈଠକରେ ଏହି ସହରୀ ନକ୍ସଲୀ ସଂଗଠନ ସାମିଲ ହୋଇଥିଲେ । ଏହି ସଂଗଠନଗୁଡ଼ିକ ରାହୁଲଙ୍କ ଭାରତ ଯୋଡ ଯାତ୍ରାରେ ସାମିଲ ଥିଲେ। ବୈଠକରେ ଇଭିଏମ୍ କୁ ବିରୋଧ, ମହାରାଷ୍ଟ୍ର ସମେତ ଭାଜପା ଶାସିତ ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିବା, ପୁଣିଥରେ ବାଲାଟ ପେପରରେ ମତଦାନ ଆଦି ପ୍ରସଙ୍ଗ ଉପରେ ହୋଇଥୁଲା ଚର୍ଚ୍ଚା। ରାହୁଲଙ୍କ ଯାତ୍ରାରେ ସାମିଲ ୧୮୦ ସଂଗଠନ ମଧ୍ଯରୁ ୪୦କୁ ପୂର୍ବ ଗୃହ ମନ୍ତ୍ରୀ ଆଉଆର୍ ପାଟିଲ କଂଗ୍ରେସ-ରାକପା ସମୟରେ ଫ୍ରଣ୍ଟଲ ସଂଗଠନ ଭାବେ ନାମିତ କରିଥିଲେ । ୧୮, ଫେବୃଆରୀ ୨୦୨୪ରେ ମନମୋହନ ସିଂ ସରକାର ସମୟରେ ଲୋକସଭାରେ ୭୨ ଫ୍ରଣ୍ଟଲ ସଂଗଠନର ନାମ ଉଲ୍ଲେଖ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୭ ଭାରତ ଯୋଡ଼ ଯାତ୍ରାରେ ସାମିଲ ଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମୟରେ ମହାବିକାଶ ଅଘାଡ଼ି ପାଇଁ ଏହି ସଂଗଠନ ପ୍ରଚାର କରିଥିଲେ । ନିର୍ବାଚନ ସମୟରେ ବିଦେଶୀ ହସ୍ତକ୍ଷେପର ପ୍ରମାଣ ମଧ୍ୟ ମିଳିଛି। Post navigation ହତାଶ ସେନାଙ୍କୁ ଧରି ବାହାରିବେ ନବୀନ ୨୮ରେ ସମ୍ବଲପୁର ଆସିବେ ଗୃହ ମନ୍ତ୍ରୀ ଅମିତ ଶାହ