କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି)ର ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେଇଛନ୍ତି ମନୋଜ ସୋନି । କାର୍ଯ୍ୟକାଳ ସରିବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଇସ୍ତଫାପତ୍ର ପଠାଇଥିବା ସୂଚନା ମିଳିଛି । ଆଗାମୀ ୫ବର୍ଷ ପାଇଁ ସେ ୟୁପିଏସ୍‌ସି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ । ହେଲେ ଏହା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ମନୋଜ ସୋନି ୟୁପିଏସ୍‌ସିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଆଜି ଏନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ମନୋଜ ସୋନି ୟୁପିଏସ୍‌ସି ଅଧ୍ୟକ୍ଷ ନିଯୁକ୍ତ ହେବା ପୂର୍ବରୁ ୨୦୦୫ରୁ ୨୦୦୮ ମହାରାଜା ସାୟାଜୀରାଓ ୟୁନିଭର୍ସିଟିର କୁଳପତି ଭାବେ କାର୍ଯ୍ୟ କରିଥିଲେ। ପରେ ୨୦୦୯ରୁ ୨୦୧୫ ଡ. ବାବାସାହେବ ଆମ୍ବେଡ୍‌କର ଓପନ ୟୁନିଭର୍ସିଟିର କୁଳପତି ହୋଇଥିଲେ। ୨୦୧୭ ଜୁନ୍‌ରେ ୟୁପିଏସ୍‌ସି ସଦସ୍ୟ ଭାବେ ଯୋଗଦେଇଥିବାବେଳେ ୨୦୨୨ ଏପ୍ରିଲରେ ଏହାର କାମଚଳା ଅଧ୍ୟକ୍ଷ କାର୍ଯ୍ୟ ତୁଲାଇଥିବା ବେଳେ ୨୦୨୩ରେ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଅଧ୍ୟକ୍ଷଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *