ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗସ୍ତବେଳେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲ ବ୍ଲକ ତହସିଲ ଛକ ନିକଟରେ ଅପ୍ରୀତିକର ସ୍ଥିତି ଦେଖାଦେଇଛି। ବିଜେପି କର୍ମୀ ଓ ସ୍ବାଧୀନ ବିଧାୟକଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। ମୁଖ୍ଯମନ୍ତ୍ରୀଙ୍କ ସ୍ବାଗତ ସମୟରେ ପରାଜିତ ବିଜେପି ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇଙ୍କ ସମର୍ଥକ ଓ ସ୍ୱାଧୀନ ବିଧାୟକ ସାରଦା ପ୍ରଧାନ ସମର୍ଥକ ମୁହାଁମୁହିଁ ହୋଇଥିଲେ। ଗୋଟିଏ ଦଳର ଦୁଇ ଗୋଷ୍ଠୀ ମଧ୍ଯରେ ଗଣ୍ଡଗୋଳ ସମୟରେ ନିଜେ ମୁଖ୍ୟମନ୍ତ୍ରୀ ଗାଡିରୁ ଓହ୍ଲାଇ ବୁଝାସୁଝା କରିବା ପରେ କାରକେଡ଼ ଆଗକୁ ଗଡ଼ିଥିଲା ।

ସେହିଭଳି ମୁଖ୍ୟମନ୍ତ୍ରୀଙ୍କ କାରକେଡ଼ରେ ଥିବା ମାହାଙ୍ଗା ବିଜେପି ନେତା ସୁମନ୍ତ ଘଡେଇଙ୍କ ଗାଡି ଆଗରେ ବିଧାୟକଙ୍କ ସମର୍ଥକମାନେ ବୋତଲ ମାଡ଼ କରିବା ସହିତ ଗାଡି ଭଙ୍ଗାରୁଜା କରିଛନ୍ତି। ପରିସ୍ଥିତି ଏମିତି ହୋଇଥିଲା ଯେ ବିଜେପି ନେତା ସଭାସ୍ଥଳକୁ ଯାଇନପାରି ଫେରି ଯାଇଥିଲେ।

Leave a Reply

Your email address will not be published. Required fields are marked *