ଓଡ଼ିଶାର ପ୍ରଭାବଶାଳୀ ଦଳ ଭାବେ ନୂଆପଡ଼ାରେ ବିଜେପି ଏକଜୁଟ ଅଛି । ବିଜେପି ନେତୃତ୍ବାଧୀନ ପ୍ରଥମ ଉପନିର୍ବାଚନ ହୋଇଥିବା ବେଳେ ବିଜେପି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା ଜାରି ରଖିଛି । ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଏକତା ବଜାୟ ରହିଛି । ୨୦୨୪ ସାଧାରଣ ନିର୍ବାଚନ ପରେ ବିଜେପିର ବିଶାଳ ବିଜୟ ବିଜେଡିର ମେରୁଦଣ୍ଡ ଭାଙ୍ଗି ଦେଇଛି । ଏତେ ବର୍ଷର ସରକାରକୁ ହରାଇବାର ମୂଳ ହେଉଛି ଏକତା । ବିଜେପି ସବୁବେଳେ ଏକାଠି ଅଛି ଓ ଆଗକୁ ମଧ୍ୟ ରହିବ । ତୃଣମୂଳସ୍ତରରୁ ଦଳୀୟ ସଂଗଠନ ମଜବୁତ ଅଛି । ଦଳର ମୁଖିଆ ମଧ୍ୟ ସମସ୍ତଙ୍କୁ ପ୍ରାଧାନ୍ୟ ଦେଇ ସାଙ୍ଗରେ ନେଇ ଆଗକୁ ଚାଲୁଛନ୍ତି । ତେବେ ନୂଆପଡ଼ା ବିଧାନସଭା କ୍ଷେତ୍ରର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ପ୍ରାର୍ଥୀ ହୋଇଥିବାରୁ ଲୋକଙ୍କ ସମର୍ଥନ ମଧ୍ୟ ଦେଖିବାକୁ ମିଳୁଛି । ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ ଚାରି ଚାରି ଥର ବିଧାୟକ ରହିଥିବା ବେଳେ ଲୋକେ ଜୟଙ୍କ ଉପରେ ଆସ୍ଥା ପ୍ରକଟ କରିପାରନ୍ତି ବୋଲି ଜଣାପଡୁଛି । ତେବେ ପ୍ରକୃତରେ କଣ ହେବ ତାହା ସମୟ କହିବ । Post navigation ବଳ ପାଉନି ବିଜେଡି; ଛୁରିଆଙ୍କୁ ନେଇ ନାହିଁ ଉତ୍ସାହ Odisha Congress: ସୋଫିଆଙ୍କୁ ଅଣଦେଖା ଭକ୍ତଙ୍କୁ ପଡ଼ିପାରେ ମହଙ୍ଗା