ନବରଙ୍ଗପୁର ଜିଲ୍ଲାର ଝରିଗାଁରେ ଚାଷୀଙ୍କ ଅନନ୍ୟ ଦିବାରାତ୍ର ପ୍ରତିବାଦ। ଧାନ ଓ ମକା ଫସଲ କିଣିବାରେ ଜିଲ୍ଲା ପ୍ରଶାସନର ବିଫଳତାକୁ ନେଇ ନବରଙ୍ଗପୁର ଜିଲ୍ଲାର ରାଇଘର, ଉମରକୋଟ ଏବଂ ଝରିଗାଁ ତିନିଟି ବ୍ଲକର ମିଳିତ ଚାଷୀ ସଂଘ ପକ୍ଷରୁ ଧାରଣା ଦିଆଯାଇଛି । ରାଜରାସ୍ତାରେ ଶତାଧିକ ଟ୍ରାକ୍ଟର ଠିଆ କରିବା ସହ ରାସ୍ତାରେ ଧାନ, ମକା ଢ଼ାଳି ଆନ୍ଦୋଳନ କରୁଛନ୍ତି ଚାଷୀ ।

ସେହିପରି ଝରିଗାଁରେ ଚାଷୀଙ୍କ ଅନନ୍ୟ ଦିବାରାତ୍ର ପ୍ରତିବାଦ ଦେଖିବାକୁ ମିଳିଛି। ଶୀତଳ ତାପମାତ୍ରାକୁ ସହ୍ୟ କରି, ମଣ୍ଡି ସଙ୍କଟ ଉପରେ ଚାଷୀମାନେ ସେମାନଙ୍କର ପ୍ରତିବାଦ ଜାରି ରଖିଛନ୍ତି।

ଅନ୍ୟପଟେ ରାଜ୍ୟରେ ଲାଗି ରହିଥିବା ମଣ୍ଡି ଅବ୍ୟବସ୍ଥାକୁ ନେଇ ବଡ଼ ବୈଠକ ଡାକିଛନ୍ତି ସରକାର । ଆଜି ଅପରାହ୍ଣ ୩ଟାରେ ଲୋକସେବା ଭବନରେ କୃଷିମନ୍ତ୍ରୀ, ସମବାୟ ମନ୍ତ୍ରୀ, ଯୋଗାଣମନ୍ତ୍ରୀଙ୍କ ଉପସ୍ଥିତିରେ ବସିବ ବୈଠକ । ଧାନ ଉଠାଣରେ କେଉଁଠି ସମସ୍ୟା ରହୁଛି ଓ ଏହାର ସମାଧାନ କେମିତି ହେବ ସେନେଇ ହେବ ଗୁରୁତ୍ବପୂର୍ଣ୍ଣ ଆଲୋଚନା ।

Leave a Reply

Your email address will not be published. Required fields are marked *