ମଙ୍କିପକ୍ସ ନେଇ ସମସ୍ତ ରାଜ୍ୟକୁ ସତର୍କ କରାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। ଦେଶରେ ଦୁଇ ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତ ରାଜ୍ୟ ମୁଖ୍ୟ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଚିଠି କରିଛନ୍ତି। ଚିଠି ମାଧ୍ୟମରେ ସଚେତନ ବାର୍ତ୍ତା ପ୍ରଚାର ଓ ପ୍ରତିଷେଧକ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲା ଓ ରାଜ୍ୟସ୍ତରରେ ବରିଷ୍ଠ ଅଧିକାରୀଙ୍କୁ ସମୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମଙ୍କିପକ୍ସ ଚିହ୍ନଟ ଓ ସନ୍ଦିଗ୍ଧଙ୍କ ପାଇଁ ଆଇସୋଲେସନ ବ୍ୟବସ୍ଥା କରିବାକୁ କହିଛନ୍ତି। ସଂକ୍ରମିତଙ୍କଠୁ ଅନ୍ୟମାନଙ୍କୁ ଯେପରି ସଂକ୍ରମଣ ନ ବ୍ୟାପିବ ସେ ନେଇ ବ୍ୟବସ୍ଥା କରିବାକୁ କହିଛନ୍ତି। ପଜିଟିଭ ଚିହ୍ନଟ ହେଲେ କ୍ଲେଡ୍ ଜାଣିବାକୁ ଜିନମ ସିକୁଏନ୍ସିଂ ପାଇଁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।