ଓଡ଼ିଶାରେ କ୍ୟାପିଟାଲ ରିଜିଅନ ରିଙ୍ଗ୍‌ ରୋଡ୍‌ ପାଇଁ କ୍ୟାବିନେଟ୍‌ ମୋହର । ୬ ଲେନ୍‌ ବିଶିଷ୍ଟ ରିଙ୍ଗ ରୋଡ୍‌ ପାଇଁ ମିଳିଲା କେନ୍ଦ୍ରର ମଞ୍ଜୁରୀ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ଆଜି ୬ ଲେନ୍‌ ବିଶିଷ୍ଟ ଭୁବନେଶ୍ବର ବାଇପାସ୍ ସଡ଼ଜ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି । ୮୩୦୭.୭୪ କୋଟି ଟଙ୍କା ବ୍ୟୟରେ ୧୧୦.୮୭୫ କିଲୋମିଟର ଲମ୍ବ ପ୍ରବେଶ ନିୟନ୍ତ୍ରିତ ରାଜଧାନୀ କ୍ଷେତ୍ର ରିଙ୍ଗ ରୋଡକୁ ହାଇବ୍ରିଡ୍ ଆନୁଇଟି ମୋଡ୍ ବା ଏଚଏଏମ ମାଧ୍ଯମରେ ନିର୍ମାଣ କରାଯିବ।

କଟକ-ଭୁବନେଶ୍ବର ମଧ୍ୟରେ ଭିଡ଼ କମାଇବାକୁ ହେବ ରିଙ୍ଗ୍‌ ରୋଡ୍‌ । ୧୧୦ କିମି ଦୀର୍ଘ ଭୁବନେଶ୍ବର ବାଇପାସ୍‌ ପାଇଁ କ୍ୟାବିନେଟ୍‌ ମୋହର ବାଜିଛି । କୋଲକାତା-ଚେନ୍ନାଇ NH-୧୬ ମଧ୍ୟରେ କଟକ, ଭୁବନେଶ୍ବର ଆସୁଛି ତେଣୁ ଏକ ବାଇପାସ୍‌ ରିଙ୍ଗ ରୋଡ୍‌ ପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି ନେଇଥିବା ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି  ।

ସେ କହିଛନ୍ତି କୋଲକାତା ଏବଂ ଚେନ୍ନାଇ ଜାତୀୟ ରାଜପଥ-୧୬ ଉପରେ ଏହି ବାଇପାସ୍ ରିଙ୍ଗ୍ ରୋଡ୍ ନିର୍ମାଣ କରାଯିବ । ନୂତନ ରାଜମାର୍ଗ ପ୍ରକଳ୍ପକୁ ଏପରି ଭାବେ ଡିଜାଇନ୍ କରାଯାଇଛି ଯେ ଏହା ତିନୋଟି ପ୍ରମୁଖ ଜାତୀୟ ରାଜପଥ (ଏନଏଚ୍-୫୫, ଏନଏଚ୍-୫୭ ଓ ଏନଏଚ-୬୫୫) ଏବଂ ଗୋଟିଏ ରାଜ୍ୟ ରାଜପଥ (ଏସଏଚ-୬୫)କୁ ପରସ୍ପର ସହ ଯୋଡ଼ିବା ଏହା ଓଡ଼ିଶାର ପ୍ରମୁଖ ଆର୍ଥିକ, ସାମାଜିକ ଏବଂ ଲଜିଷ୍ଟିକ୍ସ କେନ୍ଦ୍ରଗୁଡ଼ିକୁ ବାଧାମୁକ୍ତ ସଡ଼କ ସଂଯୋଗ ପ୍ରଦାନ କରିବ କେବଳ ସେତିକି ନୁହେଁ, ଏହି ଉନ୍ନ‌ତ ସଡ଼କ କରିଡର ୧୦ଟି ଆର୍ଥିକ କେନ୍ଦ୍ର, ୪ଟି ସାମାଜିକ କେନ୍ଦ୍ର, ୫ଟି ଲଜିଷ୍ଟିକ୍ସ କେନ୍ଦ୍ରକୁ ଯୋଡ଼ିବା ସହିତ ଗୋଟିଏ ପ୍ରମୁଖ ରେଳ ଷ୍ଟେସନ, ଗୋଟିଏ ବିମାନ ବନ୍ଦର, ଗୋଟିଏ ବହୁମୁଖୀ ଲଜିଷ୍ଟିକ୍ସ ପାର୍କ (ଏମଏମଏଲପି) ଏବଂ ୨ଟି ପ୍ରମୁଖ ବନ୍ଦରକୁ ସଡ଼କ ସଂଯୋଗ ଯୋଗାଇ ଦେବ ଏହାଦ୍ବାରା ସ୍ଥାନୀୟ ଅଞ୍ଚଳରେ ସାମଗ୍ରୀ ଓ ଯାତ୍ରୀଙ୍କର ଦ୍ରୁତ ପରିବ‌ହନ ନିମନ୍ତେ ସୁବିଧା ମିଳିବ। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ବିକାଶର ଏକ ଅଂଶ ଅଟେ ।

ରିଙ୍ଗ ରୋଡ ନିର୍ମାଣ ହେବା ଫଳରେ ଭୁବନେଶ୍ବର-କଟକ ମଧ୍ୟରେ ଭାରୀ ବ୍ୟବସାୟିକ ଯାନ ପ୍ରବେଶ ନିୟନ୍ତ୍ରଣ ହେବ। ସହର ମଧ୍ୟକୁ ଭାରୀ ଯାନ ପ୍ରବେଶ ବଦଳରେ ଏହା ବାଇପାସରେ ଚଳାଚଳ କରିବ। ଏହି କ୍ୟାପିଟାଲ ରିଜିୟନ ରିଙ୍ଗ ରୋଡ କେବଳ ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାରେ ଯାତାୟାତକୁ ସୁବିଧାଜନକ କରିବ ନୁହେଁ, ବରଂ ଆର୍ଥିକ ବୃଦ୍ଧି, ଶିଳ୍ପୀୟ ବିସ୍ତାର ଏବଂ ଅଞ୍ଚଳୀୟ ସମୃଦ୍ଧି ପାଇଁ ଏକ ପ୍ରଭାବଶାଳୀ ହେବ।

ଏହା ସମ୍ପୂର୍ଣ ହେବା ପରେ ଏହି ବାଇପାସ୍‌ ସ୍ଥାନୀୟ ଆର୍ଥିକ ବିକାଶରେ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିବ ଏଥିସହିତ ଏହା ପ୍ରମୁଖ ଧାର୍ମିକ ଓ ଆର୍ଥିକ କେନ୍ଦ୍ର ମଧ୍ୟରେ ଯୋଗାଯୋଗକୁ ସୁଦୃଢ଼ କରିବ ଏବଂ ବାଣିଜ୍ୟ ଓ ଶିଳ୍ପ ବିକାଶ ଲାଗି ନୂତନ ମାର୍ଗ ପ୍ରଶସ୍ତ ହେବ । ଏହି ପ୍ରକଳ୍ପ ଦ୍ବାରା ପାଖାପାଖ୍ ୭୪.୪୩ ଲକ୍ଷ ମାନବ ଦିବସ ପ୍ରତ୍ୟକ୍ଷ ଏବଂ ପ୍ରାୟ ୯୩.୦୪ ଲକ୍ଷ ମାନବ ଦିବସ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ମଧ୍ୟ ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ବିକାଶ, ଅଭିବୃଦ୍ଧି ଓ ସମୃଦ୍ଧି ଲାଗି ନୂତନ ମାର୍ଗ ଖୋଲିବା

ଅନ୍ୟପଟେ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

 

Leave a Reply

Your email address will not be published. Required fields are marked *