Umerkote Sangram Manch, Umerkote Bandh, Odisha
ଉମରକୋଟ ସଂଗ୍ରାମ ମଞ୍ଚ ପକ୍ଷରୁ ଆଜି ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଛି । ନବରଙ୍ଗପୁର ଜିଲ୍ଲାର ଚାରିଟି ଜିଲ୍ଲା ଉମରକୋଟ, ରାଇଘର, ଝରିଗାଁ ଓ ଚନ୍ଦାହାଣ୍ଡିରେ ଗାଡ଼ି ଚଳାଚଳ ସହିତ ଦୋକାନ ବଜାର ବନ୍ଦ ରହିଛି ।
 
ମେଡିକାଲ କଲେଜ ପ୍ରତିଷ୍ଠା, ଭୂ-ବନ୍ଦୋବସ୍ତ ଏବଂ ମକା ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ ଆଦି ଦାବିକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପାଳନ କରାଯାଇଥିବା ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି ।
 
ସରକାରୀ ଅବହେଳା ଓ ଦୀର୍ଘ ଦିନର ଦାବି ପୂରଣ ନହେବାରୁ ଏବେ ଆନ୍ଦୋଳନକୁ ପୁଣି ଠାରେ ଓହ୍ଲାଇଛି ମଞ୍ଚ ।
 

By Nirvay

Leave a Reply

Your email address will not be published. Required fields are marked *