୨୦୧୬ରେ ଯେତେବେଳେ ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା’ ନା’ଆରମ୍ଭ ହୋଇଥିଲା, ସେତେବେଳେ ଏହା ଏକ କ୍ରାନ୍ତିକାରୀ ପଦକ୍ଷେପ ବୋଲି ଗ୍ରହଣ କରାଯାଇଥିଲା। ଗ୍ରାମୀଣ ମହିଳାଙ୍କୁ ଚୂଲି ଧୁଆଁରୁ ମୁକ୍ତି ଦେବା ପାଇଁ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା। ସିଲିଣ୍ଡର ବିପ୍ଳବ କାରଣରୁ ପ୍ରତି ଘରେ ପହଞ୍ଚି ଥିଲା ଏଲପିଜି । କୋଟିକୋଟି ଭାରତୀୟଙ୍କ ଜୀବନଶୈଳୀ ମଧ୍ୟ ବଦଳିଛି । ହେଲେ ଆଜି ୧୦ ବର୍ଷ ପରେ ଏହି ସଫଳତା ଭାରତକୁ ଏପରି ଏ ସମସ୍ୟାରେ ପକାଇଛି, ଯାହାକୁ ଅନେକ ସଫଳତାର ଫାଶ ବୋଲି କହୁଛନ୍ତି।

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ କାରଣରୁ ଭାରତରେ ଏବେ ଦେଖାଦେଇଛି ଏଲପିଜି ସଂକଟ । ଦେଶରେ ଆବଶ୍ୟକ ପରିମାଣର ଏଲପିଜି ମହ ମହଜୁଦ ଅଛି, ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସରକାର ବାରମ୍ବାର କହୁଥିଲେ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ଲୋକେ ଯେଉଁ ଏଲପିଜି ଯନ୍ତ୍ରଣା ଭୋଗୁଛନ୍ତି ତାହା ଅନେକ କିଛି କହୁଛି।

ସଂଖ୍ୟା କହୁଛି ଯେ, ଉଜ୍ଜ୍ବଳା ଯୋଜନା ପରେ ଭାରତରେ ଏଲପିଜି ଚାହି ବାରେ ଜବରଦସ୍ତ ସ୍ତ ବୃଦ୍ଧି ଘଟିଛି । ଆଜି ଭାରତ ବିଶ୍ବ ର ଦ୍ବିତୀୟ ବୃହତ୍ ଏଲପି ଜି ବ୍ୟବ‌ହାରକାରୀ ରାଷ୍ଟ୍ର । ଦେଶରେ ୩୨.୯ କୋଟିରୁ ଅଧିକ ସକ୍ରୀୟ ଏଲପିଜି ଉପଭୋକ୍ତା ଅଛନ୍ତି । ଅର୍ଥାତ୍ ଦେଶର ପ୍ରତି ପରିବାର ନିକଟରେ ଗ୍ୟାସ ସଂଯୋଗ ରହିଛି। ଗତ ୧୦ ବର୍ଷ ମଧ୍ୟରେ ର ଭାରତରେ ଏଲପିଜି ବ୍ୟବହାର ୬୦% ବଢ଼ିଛି । ୨୦୧୫-୧୬ରେ ଏହା ୧୯.୬ ମିଲିୟନ ମେଟ୍ରିକ୍ ଟନ୍ ଥିଲା ବେଳେ ୨୦୨୪-୨୫ରେ ଏହା ୩୧.୩ ମିଲିୟନ ମେଟ୍ରିକ୍ ଟନରେ ପହଞ୍ଚିଥିଲା । ୨୦୨୫-୨୬ରେ ଏହା ୩୪ ମିଲିୟନ ମେଟ୍ରିକ୍ ଟନ୍‌ରେ ପହଞ୍ଚିବାର ଲକ୍ଷ୍ୟ ରହିଛି। ୨୦୧୬ରେ ଉଜ୍ଜ୍ବଳା ଯୋଜନା ଆରମ୍ଭ ଏଲପିଜି ସଂଯୋଗ ସଂଖ୍ୟା ୧୬ ରୁ ୧୮କୋଟି ଥିଲା ବେଳେ ୨୦୨୫ ମେ/ଜୁଲାଇ ଭିତରେ ଏହା ୩୨.୯୪ କୋଟିରେ ପହଞ୍ଚିଛି । ୨୦୧୬ରେ ୬୨% ଘରେ ଏଲପିଜି ଆରମ୍ଭ ସମୟରେ ଜି ଥିଲା ବେଳେ ୨୦୨୫ରେ ୯୯%ରୁ ଅଧିକ ଘରେ ରହିଛି ଏଲପିଜି।

୨୦୧୭ ଆର୍ଥିକ ବର୍ଷରୁ ୨୦୨୫ ଆର୍ଥିକ ବର୍ଷ ମଧ୍ୟରେ ଏଲପିଜି ବ୍ୟବହାର ଅଭିବୃଦ୍ଧି ୪୪% ଉପରେ ରହିଛି। ଅର୍ଥାତ୍ ଉଜ୍ଜ୍ବଳା କାରଣରୁ ଘରୋଇ ଏଲପିଜି ବ୍ୟବହାର ଦୁଇଗୁଣା ବଢ଼ିଛି। ବର୍ତ୍ତମାନ ଦୈନିକ ୫୫ଲକ୍ଷରୁ ଅଧିକ ସିଲିଣ୍ଡର ବୁକିଂ ହେଉଥିଲା ବେଳେ ଯୁଦ୍ଧ ଭୟ କାରଣରୁ ଏହି ବୁକିଂ ସଂଖ୍ୟା ୭୫ଲକ୍ଷ ଛୁଇଁଛି। ମାତ୍ର ଗ୍ରାହକ ସଂଖ୍ୟା ବୃଦ୍ଧି ଅନୁପାତରେ ବଢ଼ି ନାହିଁ ଉତ୍ପାଦ। ବ୍ୟବହାର ବଢୁଥିବା ସତ୍ତ୍ୱେ ଉତ୍ପାଦନ ନବଢ଼ିବା କାରଣରୁ ଭାରତ ଅଧିକରୁ ଅଧିକ ନିର୍ଭର କରୁଛି ବିଦେଶ ଉପରେ। ମୋଟ୍ ବ୍ୟବହାରର ପାଖାପାଖ୍ ୪୦% ଭାରତରେ ଉତ୍ପାଦନ ହେଉଛି। ବାକି ଅମଦାନୀ ହେଉଥିବା ୬୦% ଏଲପିଜିରୁ ୯୦ ଭାଗ ଏଲପିଜି ଅମଦାନୀରୁ ଆସୁଛି ହର୍ମୁଳ ଦେଇ। ଯୁଦ୍ଧ କାରଣରୁ ଏହି ରୁଟ୍‌ରେ ଜାହାଜ ଚଳପ୍ରଚଳ ବନ୍ଦ ରହିଛି। ଆଉ ଏହା ବଢ଼ାଇ ଦେଇଛି ଭାରତର ହୃଦ ସ୍ପନ୍ଦନ ।

ଯଦିଓ ଇରାନ ହର୍ମୁଜ ଦେଇ ଭାରତର ଜାହାଜକୁ ଛାଡିବାକୁ ଅନୁମତି ଦେଇଛି, ତେବେ ଯୁଦ୍ଧ ଯେଉଁ ଧାରାରେ ଆଗକୁ ଯାଉଛି ତାହା ଏକ ଭୟଙ୍କର ସ୍ଥିତିକୁ ଜନ୍ମ ଦେଇସାରିଛି। ମୋଟାମୋଟି ସରକାର ପ୍ରତିଟି ଭାରତୀୟଙ୍କ ରୋଷେଇ ଘରର ସୁରକ୍ଷା ପାଇଁ ଏବେ ଅନ୍ୟ ଦେଶ ଆଗରେ ମୁଣ୍ଡ ପାତୁଛନ୍ତି। ଉଜ୍ଜ୍ବଳାର ଖୁସି ଏବେ କଣ୍ଟା ଭଳି ଝୁଲୁଥିଲା ବେଳେ ଏହାଦ୍ୱାରା ଅମଦାନୀ ବ୍ୟୟ ଯଥେଷ୍ଟ ବଢ଼ିଛି। ଦେଶରେ ଉତ୍ପାଦନ ବୃଦ୍ଧି ଦିଗରେ ସରକାର ସଠିକ୍ ପଦକ୍ଷେପ ନନେବା, ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ତୈଳ ଏବଂ ଗ୍ୟାସ ଭଣ୍ଡାର ନିର୍ମାଣରେ ବିଳମ୍ବ ହେବା ସମସ୍ୟାକୁ ଜନ୍ମ ଦେଉଛି। ବର୍ତ୍ତମାନ ଆମର ଏଲପିଜି ସଂରକ୍ଷଣ କ୍ଷମତା ଚାହିଦା ତୁଳନାରେ ଅତି ନଗଣ୍ୟ। ଯଦି ସପ୍ଲାଏ ଚେନ୍‌ରେ ୧୦ରୁ ୧୫ ଦିନ ବାଧା ସୃଷ୍ଟି ହୁଏ ତେବେ ଦେଶରେ ହା ହାକାର ପରିସ୍ଥିତି ନିଶ୍ଚିତ। ମୋଟାମୋଟି ଏଲପିଜି ଅମଦାନୀ ଭରସାରେ ରହିଛି ଆମର ଏଲପି ଜି ଯୋଗାଣ। ୨୦୧୪-୧୫ରେ ଭାରତ ୮ରୁ ୧୦ ମିଲିୟନ୍ ମେଟ୍ରିକ୍ ଟନ୍ ଏଲପିଜି ଅମ ଦାନୀ କରୁ ଥି ଲା ବେଳେ ୨୦୨୫ରେ ଏହା ୨୩ ମିଲିୟନ ମେଟ୍ରିକ୍ ଟନ୍‌ରେ ପହଞ୍ଚିଛି। ମୋଟ୍ ଅମଦାନୀର ୯୦ ଭାଗ ହର୍ମୁଜ ମାର୍ଗ ଦେଇ ଆସୁଥିଲା ବେଳେ ଭାରତ ସାଉଦୀ ଆରବ, ୟୁଏଇ ଏବଂ କାତ୍ତାର ଉପରେ ଅଧିକ ନିର୍ଭରଶୀଳ।

ଏହା ସତ ଯେ, ଉଜ୍ଜ୍ବଳା କୋଟିକୋଟି ମହିଳାଙ୍କୁ ଧୂଆଁମୁକ୍ତ ଜୀବନ ଦେଇଛି, ହେଲେ ଅଜାଣତରେ ବିଶ୍ବର ତୈଳ ରାଜନୀତିରେ ଭାରତକୁ ଏକ ଦୁର୍ବଳ ସ୍ଥିତିକୁ ଠେଲି ଦେଇଛି। କାରଣ ଆମର ଉତ୍ପାଦନ କ୍ଷମତା ବଢୁନାହିଁ । ବଜାର ଚାହିଦା ବଢ଼ୁଥିବାରୁ ଆମେ ଅନ୍ୟ ଉପରେ ନିର୍ଭରଶୀଳ। ତେଣୁ ଆଜିର ସ୍ଥିତି ସରକାରଙ୍କ ପାଇଁ ଏବଂ ସମସ୍ତଙ୍କ ପାଇଁ ଏକ ଚେତାବନୀ ସଦୃଶ୍ୟ । ୧୪୦ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ କେବଳ ଅମଦାନୀ ହେଉଥିବା ଇନ୍ଧନ ଭରସାରେ ନିଜ ରୋଷେଇଘର ଚଳାଇପାରିବ ନାହିଁ। ଇରାନ -ଇସ୍ରାଏଲ ଯୁଦ୍ଧ ଆମ ସମସ୍ତଙ୍କ ଆଖି ଖୋଲି ଦେଇଛି। ତେଣୁ ତୈଳ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ଆମ ପାଇଁ ଜରୁରୀ ହୋଇପଡ଼ିଛି। ତେଣୁ କେବଳ ଏଲପିଜି ଭରସାରେ ରହି ବା ଆତ୍ମଘାତୀ ହୋଇପାରେ ବୋଲି ହୃଦବୋଧ କରି ସରକାର ଏବେ ଘରୋଇ ସୌର ପ୍ଲାଣ୍ଟ ଏବଂ ସୌର କୁକିଂ କ୍ଷେତ୍ରକୁ ଗୁରୁତ୍ବ ଦେବା ଆରମ୍ଭ କରିଛନ୍ତି। ଇରାନ ଯୁଦ୍ଧ ଭାରତକୁ ଏବଂ ବିଶ୍ବକୁ ଏହି ଶିକ୍ଷା ଦେଇଛି ଯେ, ଶକ୍ତି ସୁରକ୍ଷା ହେଉଛି ଦେଶର ଅସଲ ସୁରକ୍ଷା।

Leave a Reply

Your email address will not be published. Required fields are marked *