ମିଆଁମାରରେ ଦୁଇ ଥର ଆଜି ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହା ତୀବ୍ରତା ୭.୭ ରେକର୍ଡ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି(ଏନସିଏସ) ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୂକମ୍ପର ଝଟକା ଏତେ ଶକ୍ତିଶାଳୀ ରହିଛି ଯେ, ଦିଲ୍ଲୀ-ଏନସିଆର ପର୍ଯ୍ୟନ୍ତ ଏହା ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ର ସ୍ଥଳ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରରେ ରହିଛି। ତେବେ ଥରେ ନୁହେଁ ଦୁଇ ଦୁଇଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ୧୧.୫୦ରେ ଏବଂ ୧୨ଟାରେ ତୀବ୍ରତା ଭୂକମ୍ପ ଅନୁଭୂତ ହୋଇଛି। ପ୍ରଥମେ ୬.୪ ଦ୍ଵିତୀୟ ୭.୭ ତୀବ୍ରତା ରେକର୍ଡ କରାଯାଇଛି। ମିଆଁମାରର ମାଣ୍ଡାଲେରେ ଥିବା ଆଭା ସେତୁ, ଇରାୱାଡି ନଦୀରେ ଭୁଶୁଡ଼ି ପଡ଼ିଥିବା ସୂଚନା ରହିଛି । ଏହାସହ ଏହି ବଡ଼ ଭୂମିକମ୍ପ ଯୋଗୁଁ ଅନେକ କୋଠା ଘର ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତର ରିପୋର୍ଟ ମିଳିନାହିଁ । ବ୍ୟାଙ୍କକରେ ଭୂକମ୍ପ ଝଟକା ପରେ କୋଠାଗୁଡିକୁ ଖାଲି କରିବାକୁ ପଡିଛି । ଲୋକେ କୋଠା ଛାଡି ବାହାରକୁ ଦୌଡିବାରେ ଲାଗିଥିଲେ । ଏହା ସହ ଭାରତରେ ଦିଲ୍ଲୀ-ଏନସିଆର ଓ ଉତ୍ତର ପ୍ରଦେଶ ସମେତ ଅନେକ ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ମିଆଁମାର ଓ ଭାରତ ବ୍ୟତୀତ ବ୍ୟାଙ୍କକରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । Post navigation ବିଧାୟକଙ୍କ ଦରମା ବୃଦ୍ଧି ଦାବି କଲେ ବିରୋଧୀ ଓ ଶାସକ ଦଳ ଭୂକମ୍ପରେ ଥରିଲା ମିଆଁମାରା; ଥାଇଲାଣ୍ଡରେ ଏମରଜେନ୍ସି ଘୋଷଣା କଲେ ସରକାର