ଓଡ଼ିଶାର ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ । ବିଶିଷ୍ଟ ସେବା ପାଇଁ ASP ରବୀନ୍ଦ୍ର ପଣ୍ଡା, କମାଣ୍ଡାଣ୍ଟ ନରେଶ ପଟେଲଙ୍କୁ ମିଳିବ ରାଷ୍ଟ୍ରପତି ପଦକ । ଏହା ସହ ଓଡ଼ିଶାରୁ ୯ ଜଣଙ୍କୁ ମିଳିବ ସାହସିକତା ପଦକ । ୯ ଜଣଙ୍କ ଭିତରେ ଜଣେ ସବଇନିସପେକ୍ଟର, ଜଣେ କନେଷ୍ଟବଳ, ଦୁଇ ଜଣ ଓଏପିଏଫ, ଜଣେ ହାବିଲଦାର ଓ ୪ ଜଣ କମାଣ୍ଡୋ ଅଛନ୍ତି । ସେମାନେ ହେଲେ SI ଅମରେଶ ନରେନ୍ଦ୍ର, କନଷ୍ଟେବଲ ଜିତେନ୍ଦ୍ର ନାୟକ, OAPF ଅର୍ଜ୍ଜୁନ ମଲ୍ଲିକ, ଯୁଧିଷ୍ଠିର ମଲ୍ଲିକ, ହାବିଲଦାର ଅଶ୍ୱିନୀ ବାଗ, କମାଣ୍ଡୋ ଡମ୍ବରୁଧର ଭୋଇ, ନବୀନ ସାହୁ, ପ୍ରଦୀପ ଶ୍ରେଷ୍ଠ, ଅଭିମନ୍ୟୁ ମାଝୀଙ୍କୁ ମିଳିବ ପଦକ । ସେହିପରି ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣ ହେବେ ସମ୍ମାନିତ। ସେମାନେ ହେଲେ ଆଇଜି ମହେଶ୍ବର ସେଠୀ, ଅତିରିକ୍ତ ଏଏସପି ପ୍ରଦୀପ କୁମାର ପ୍ରଧାନ, ଏଏସପି ଦେବେନ୍ଦ୍ର ନାରାୟଣ ଦାସ, ଡିଏସପି ଆଶିଷ କୁମାର ରାଉତ, ଇନସ୍ପପେକ୍ଟର ଏ. ଶ୍ରୀନିବାସ ଦୋରା, ଡିଏସପି ହେମାମାଳିନୀ ନାୟକ, କମାଣ୍ଡାଣ୍ଟ ସୂର୍ଯ୍ୟ ନାରାୟଣ ମଲ୍କିକ, ଇନ୍ସପେକ୍ଟର ସନ୍ତୋଷ କୁମାର ମିର୍ଦ୍ଧା, ଏଏସଆଇ ଅରୁଣ କୁମାର ସାମନ୍ତ, ଏଏସଆଇ ଅରବିନ୍ଦ ଦାସ, କନଷ୍ଟେବଳ ଚିନ୍ମୟୀ ରାଉତ। ସୂଚନା ଯୋଗ୍ୟ;ସ୍ବାଧୀନତା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ୧ହଜାର ୯୦ଙ୍କୁ ମିଳିବ ମେଡାଲ । ବିଶେଷ ସେବା ଲାଗି ୯୯ ଜଣଙ୍କୁ ମିଳିବ ରାଷ୍ଟ୍ରପତି ସମ୍ମାନ। ସେହିପରି ୨୩୩ ଜଣଙ୍କୁ ମିଳିବ ସାହସିକତା ପୁରସ୍କାର। ଉଲ୍ଲେଖନୀୟ ସେବା ପାଇଁ ୭୫୮ ଜଣ ସମ୍ମାନୀତ ହେବେ। Post navigation ଭିସୁଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଜାରି ହେଲା ଡ୍ରେସ୍ କୋଡ୍; ଛାତ୍ରୀଙ୍କୁ ଦୁପଟା ମନା ପ୍ରସନ୍ନ : କହିଁପେ ନିଗାହେଁ କହିଁପେ ନିଶାନା