ଦୀର୍ଘଦିନ ହେବ ଭୁବନେଶ୍ବର ବିଜେଡି ନେତୃତ୍ବଙ୍କ ଉପରେ ଅସନ୍ତୋଷ ଜାହିର କରୁଥିବା ଦୁଇ ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୁପକାର ଏବେ ପୁଣି ଚର୍ଚ୍ଚାରେ । ଖଣ୍ଡଗିରି କୁମ୍ଭମେଳା ଅବସରରେ ବିଜେପି ସାଂସଦ ଓ ବିଧାୟକଙ୍କ ଗହଣରେ ମଞ୍ଚ ଉପରେ ଉପସ୍ଥିତ ରହିଥିଲେ ବିଜେଡି କର୍ପୋରେଟର୍ ଅମରେଶ ଓ ବିରଞ୍ଚି ।

ସୂଚନା ଯୋଗ୍ୟ; ଖଣ୍ଡଗିରି କୁମ୍ଭମେଳା ଓ ଆନ୍ତର୍ଜାତୀୟ ଐର ଖାରବେଳ ମହୋତ୍ସବ ୨୦୨୫ ର ଉଦ‌ଯାପନୀ ସନ୍ଧ୍ୟାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ କର୍ପୋରେଟର ବିରଞ୍ଚି ନାରାୟଣ ମହସୁପକାର, ରାମ ରମଣ ସିଂ ସମେତ ଓ ଅମରେଶ ଯୋଗ ଦେଇଥିଲେ ।  ବିଜେଡି କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ବାରମ୍ୱାର ବିଜେପିରେ ଦେଖା ଯାଉଥିବା ବେଳେ ଉଭୟ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର୍ ଧରିଛି।

Leave a Reply

Your email address will not be published. Required fields are marked *