ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଆଗରେ ହଙ୍ଗାମା ଘଟଣାରେ କ୍ୟାପିଟାଲ ଥାନା ପୋଲିସ ଆଜି ୨ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ସିଦ୍ଧାର୍ଥ ସ୍ୱାଇଁ ଓ ଦେବୀପ୍ରସାଦ ଲେଙ୍କା । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଉଲ୍ଲେଖଯୋଗ୍ୟ, ଉଭୟ ସିଦ୍ଧାର୍ଥ ସ୍ୱାଇଁ ଓ ଦେବୀପ୍ରସାଦ ଲେଙ୍କା ବିଜୁ ଛାତ୍ର ଜନତା ଦଳ ଉପସଭାପତି ଥିଲେ । ଦଳ ବିରୋଧୀ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ଥିବା କାରଣରୁ ସେମାନଙ୍କୁ ବିଜେଡି ଦଳରୁ ଗତକାଲି ନିଲମ୍ବନ କରାଯାଇଥିଲା । ଏମାନଙ୍କ ନିଲମ୍ବନ ପାଇଁ ପ୍ରତାପଙ୍କ ହାତଥିବା ଅଭିଯୋଗ କରି ଗତକାଲି ରାତିରେ ଏହି ଦୁଇ ନେତା ପ୍ରତାପ ଜେନାଙ୍କ ବାସଭବନ ଆଗରେ ସିକ୍ୟୁରିଟି ଗାର୍ଡକୁ ବାଡ଼େଇବା ସହ ବାଣ ଫୁଟାଇ ହଙ୍ଗାମା କରିଛନ୍ତି । Post navigation Attack on Pratap Jena’s Residence: ପ୍ରତାପ ଜେନାଙ୍କ ବାସଭବନରେ ଆକ୍ରମଣକୁ ନବୀନଙ୍କ ନିନ୍ଦା; ସୋମବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବ ବିଜେଡି Commercial LPG Allocation By 20%: ଆବଣ୍ଟନ ହେବ ଅତିରିକ୍ତ ୨୦ ପ୍ରତିଶତ କମର୍ସିଆଲ୍ LPG