Tsunami alerts issued for Russia
ରୁଷରେ ଆଜି ଭୋର ସମୟରେ ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୮.୭ ମାପ କରାଯାଇଛି । ଏହି ଭୂମିକମ୍ପ ପରେ ପ୍ରଶାନ୍ତ ମହାସାଗରରେ ସୁନାମି ଚେତାବନୀ ଜାରି କରାଯାଇଥିବା ବେଳେ କାମ୍‌ଚାଟକା ଉପକୂଳରେ ସୁନାମୀ ମାଡ଼ି ଆସିଥିବା ଜଣାପଡିଛି ।
 
ଉପକୂଳକୁ ମାଡ଼ି ଆସିଲା ୧୫ ଫୁଟ୍‌ ଉଚ୍ଚର ଜୁଆର । ଯାହାଫଳରେ ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ସୂଚନା ମିଳିଛି । ଜାପାନର ପ୍ରଶାନ୍ତ ମହାସାଗରୀୟ ଉପକୂଳରେ ସୁନାମୀ ଆସିଥିବା ବେଳେ ଆମେରିକାର କାଲିଫର୍ଣ୍ଣିଆ ଏବଂ ହାୱାଇରେ ଆତଙ୍କ ଦେଖା ଯାଇଛି ।
 
ଆମେରିକାର ଭୂତାତ୍ତ୍ୱିକ ସର୍ବେକ୍ଷଣ ଅନୁସାରେ, ଭୂମିକମ୍ପଟି ବହୁତ ଅଗଭୀର ଗଭୀରତା (ପ୍ରାୟ ୧୯.୩କିମି)ରେ ହୋଇଥିଲା, ଯାହା ଫଳରେ ପୃଷ୍ଠରେ ଶକ୍ତିଶାଳୀ ଭୂମିକମ୍ପ ଏବଂ ସୁନାମିର ସମ୍ଭାବନା ବୃଦ୍ଧି ପାଇଛି ।

By Nirvay

Leave a Reply

Your email address will not be published. Required fields are marked *