ଆମେରିକାର ୪୭ତମ ରାଷ୍ଟ୍ରପତି ଗାଦି ହାତେଇଲେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ। ଭାରତୀୟ ବଂଶୋଦ୍ଭବ ତଥା ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କୁ ହରେଇ ଆମେରିକା ନିର୍ବାଚନ ଜିତିଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ସୂଚନା ମୁତାବକ ମୋଟ୍ ୫୩୮ ଇଲେକ୍ଟୋରାଲ କଲେଜ ଭୋଟରୁ ଟ୍ରମ୍ପ ପାଇଛନ୍ତି ୨୭୭। ଅନ୍ଯପଟେ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ଡେମୋକ୍ରାଟ କମଳା ହାରିସଙ୍କୁ ମିଳିଛି ୨୨୬ ଭୋଟ। ବିଜୟ ଲାଗି ମ୍ଯାଜିକ ନମ୍ବର ୨୭୦ ଦରକାର ଥିବାବେଳେ ଟ୍ରମ୍ପ ବାଜିମାତ କରିଛନ୍ତି। ଅନ୍ୟପଟେ ବିପୁଳ ବିଜୟ ପରେ ଆମେରିକା ବାସୀଙ୍କୁ ସମ୍ୱୋଧ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହି ଅବସରରେ ସ୍ୱିଙ୍ଗ୍ ଷ୍ଟେଟ୍ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ମୋର ଜିତିବାର ଶ୍ରେୟ ଆମେରିକାବାସୀଙ୍କୁ ଯାଉଛି। ମୋର ସବୁ୍ କିଛି ଆମେରିକାବସୀଙ୍କ ନିକଟରେ ସମର୍ପିତ । ଆଗାମୀ ଚାରି ବର୍ଷ ଆମେରିକା ପାଇଁ ସୁବର୍ଣ୍ଣ ହେବାକୁ ଯାଉଛି । ଜନସାଧାରଣ ଆମକୁ ଏକ ଦୃଢ ଆଦେଶ ଦେଇଛନ୍ତି । ଆମେରିକାର ଭବିଷ୍ୟତ ପାଇଁ କାମ କରିବି । ମହାନ ରାଷ୍ଟ୍ରରେ ପରିଣତ କରିବା ପାଇଁ ମୋର ଲକ୍ଷ ରହିଛି। Post navigation ପଦ୍ମ ଧରିଲେ ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣାରେ ପୁଣି ବର୍ଷିଲା ବିଜେଡି