ଅପରେସନ ସିନ୍ଦୂରକୁ ନେଇ ଟ୍ରମ୍ପଙ୍କ ବଡ଼ ଦାବି । ଆମେରିକା ସଂସଦରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ବୋଧନ ଦେଇ କହିଛନ୍ତି ଯେ, ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ରୋକିବାରେ ସଫଳ ହୋଇଛନ୍ତି । ପାକିସ୍ତାନର ପ୍ରଧାନମନ୍ତ୍ରୀ ସାହବାଜ ସରିଫ ତାଙ୍କର ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ । ଟ୍ରମ୍ପଙ୍କ ହସ୍ତକ୍ଷେପ ବିନା ୩୫ ମିଲିଅନ ଲୋକ ମୃତ୍ୟୁବରଣ କରିବେ ବୋଲି ପାକିସ୍ତାନର ପ୍ରଧାନମନ୍ତ୍ରୀ କହିଥିଲେ । ଟ୍ରମ୍ପ ଏହା କହିବା ସହିତ ସେ ତାଙ୍କର ପ୍ରଥମ ୧୦ ମାସରେ ୮ଟି ଯୁଦ୍ଧ ସମାପ୍ତ କରିଥିବା ଦାବି କରିଛନ୍ତି । ଟ୍ରମ୍ପ କହିଛନ୍ତି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ନ୍ୟୁକ୍ଲିଅର ଯୁଦ୍ଧ ହୋଇଥାନ୍ତା । ଭାରତ ଏହି ଦାବିକୁ ଖଣ୍ଡନ କରି କହିଛି ଯେ ସେମାନେ ପାକିସ୍ତାନ ସହିତ ସଂଘର୍ଷ ରୋକିବା ପାଇଁ କୌଣସି ତୃତୀୟ ପକ୍ଷର ହସ୍ତକେପ ଗ୍ରହଣ କରିନାହାଁନ୍ତି । ଭାରତ କହିଛି ଯେ ସେମାନେ ପାକିସ୍ତାନ ସହିତ ସଂଘର୍ଷ ରୋକିବା ପାଇଁ ବିଲାଟରାଲ ଡିଜିଏମୋ ଲେଭଲ ଟାଲ୍କ କରିଛନ୍ତି । Post navigation T-20 World Cup: ପାକିସ୍ତାନକୁ ହରାଇ ସେମି ଫାଇନାଲରେ ଇଂଲଣ୍ଡ