ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଦାୟିତ୍ବ ନେବାର ୬ ଘଣ୍ଟା ଭିତରେ ଆମେରିକାରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପୂର୍ବ ବାଇଡେନ୍ ସରକାର ଲଗାଇଥିବା ୮୦ଟି ଏକଜିକ୍ୟୁଟିଭ୍ ନିର୍ଦ୍ଦେଶକୁ ପ୍ରତ୍ୟାହାର କରାଯାଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୧ ଜାନୁଆରୀ ୬ ତାରିଖରେ କ୍ୟାପିଟାଲ୍ ହିଲ୍ସ ଦଙ୍ଗା ମାମଲାରେ ସାମିଲ ଥିବା ୧୬୦୦ ଅଭିଯୁକ୍ତଙ୍କୁ କ୍ଷମା ଦେଇଛନ୍ତି।

ଅନ୍ୟପଟେ ଶପଥ ଗ୍ରହଣ ପରେ ଟ୍ରମ୍ପଙ୍କୁ ସାରା ବିଶ୍ବରୁ ଶୁଭେଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଛା ଜଣାଇଛନ୍ତି । ଏହି ଶପଥ ଗ୍ରହଣ ସମାରୋହରେ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ, ଏଲନ ମସ୍କ, ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *