ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଯୁଦ୍ଧ ଏବଂ ଆକ୍ରମଣ ମଧ୍ୟରେ ଆମେରିକା ଇରାନ ବିରୋଧରେ ଆକ୍ରମଣ ସ୍ଥଗିତ ରଖିଥିବା ସୂଚନା ମିଳିଛି । ଆମେରିକାର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଚାଲିଛି ଏବଂ ଇରାନ ସହ ଫଳପ୍ରଦ ଆଲୋଚନା ହୋଇଛି । ଟ୍ରମ୍ପ କହିଛନ୍ତି ଯେ ଆମେରିକା ପାଖାପାଖି ୫ ଦିନ ପାଇଁ ସମସ୍ତ ପ୍ରକାର ଆକ୍ରମଣ ସ୍ଥଗିତ ରଖିବ, ଯେଉଁଥିରେ ପାୱାର ପ୍ଲାଣ୍ଟ ଓ ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ମଧ୍ୟ ସାମିଲ ରହିଛି । ଟ୍ରମ୍ପ କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଚାଲିଛି ଏବଂ ପରବର୍ତ୍ତୀ ଆଲୋଚନାକୁ ଅପେକ୍ଷା କରାଯାଉଛି । କହିରଖୁଛୁ ଯେ, କୂଟନୈତିକ ସମ୍ପର୍କ ବୃଦ୍ଧି ପାଉଥିଲେ ମଧ୍ୟ, ହର୍ମୁଜ୍ ପ୍ରଣାଳୀର ସୁରକ୍ଷା ନେଇ ଚିନ୍ତା ଜାରି ରହିଛି, ଅନେକ ଦେଶ ବାଣିଜ୍ୟିକ ଜାହାଜ ପାଇଁ ସୁରକ୍ଷିତ ପଥ ଉପରେ ଗୁରୁତ୍ୱ ଦେଉଛନ୍ତି । ଟ୍ରମ୍ପଙ୍କ ବୟାନ ପରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି। ଅଶୋଧିତ ତୈଳ ଦର ପ୍ରାୟ ୧୧ ପ୍ରତିଶତ ହ୍ରାସ ପାଇ ତେଲ ବ୍ୟାରେଲ୍ ପିଛା ୧୦୧ ଡଲାରକୁ ଖସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ସମ୍ଭାବନା କମିବା ଏହାର ମୁଖ୍ୟ କାରଣ ବୋଲି ଜଣାପଡିଛି । ତେବେ ଆମେରିକା ସହ ଇରାନର କୌଣସି କଥାବାର୍ତ୍ତା ହୋଇଥିବା ଦାବିକୁ ଇରାନ ମିଡିଆ ଖଣ୍ଡନ କରିଛି ଏବଂ କହିଛି ଯେ ଟ୍ରମ୍ପ୍ଙ୍କ ସହ ଇରାନ ର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ କଥାବାର୍ତ୍ତା ହୋଇନି । କଡ଼ା ଚେତାବନୀ ପରେ ଟ୍ରମ୍ପ ପଛକୁ ହଟିଥିବା କହିଲା ଇରାନ୍ । Post navigation Police Posts Vacant: ରାଜ୍ୟର ୭୦୬ଟି ପୋଲିସ ଷ୍ଟେସନରେ ଖାଲି ପଡିଛି ୩,୧୭୬ ପଦବୀ: ମୁଖ୍ୟମନ୍ତ୍ରୀ