Trump Announces 10% Global Tariff
ଟ୍ରମ୍ପଙ୍କ ଟାରିଫ୍‌ ନିଷ୍ପତ୍ତିକୁ ଆମେରିକା ସୁପ୍ରିମକୋର୍ଟ ବେଆଇନ କହିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆ ଟାରିଫ ଘୋଷଣା କରିଛନ୍ତି ।
 
ଟ୍ରମ୍ପ ସମସ୍ତ ଦେଶ ଉପରେ ୧୦ ପ୍ରତିଶତ ବିଶ୍ୱବ୍ୟାପୀ ଶୁଳ୍କ ଲାଗୁ କରି ଏକ ପ୍ରମୁଖ ନୀତିଗତ ପରିବର୍ତ୍ତନ ଘୋଷଣା କରିଛନ୍ତି । ଆମେରିକାର ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କ ପୂର୍ବ ଶୁଳ୍କ କ୍ଷମତାକୁ ସୀମିତ କରିବା ପାଇଁ ରାୟ ଦେବା ପରେ ଏହି ପଦକ୍ଷେପ ନିଆଯାଇଛି ।
 
ଆମେରିକାର ସୁପ୍ରିମ କୋର୍ଟର ନିର୍ଦ୍ଦେଶ ଅନୁସାରେ ଟ୍ରମ୍ପ ଦେଶଗୁଡ଼ିକ ଉପରେ ଟାରିଫ ଲାଗୁ କରିବାର କ୍ଷମତା ନାହିଁ । ଟ୍ରମ୍ପ ଏହି ଟାରିଫ ଲାଗୁ କରିବା ପାଇଁ ଧାରା ୧୨୨ ଅନୁସାରେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି, ଯାହା ଅନୁସାରେ ୧୫୦ ଦିନ ପର୍ଯ୍ୟନ୍ତ ଟାରିଫ ଲାଗୁ ରହିବ ।
 
ଏହି ଟାରିଫ ଲାଗୁ ହେବା ପରେ ଭାରତ ସମେତ ସମସ୍ତ ଦେଶ ଉପରେ ୧୦% ଟାରିଫ ଲାଗିବ। ଭାରତ ଏବଂ ଆମେରିକା ମଧ୍ୟରେ ସ୍ବାକ୍ଷରିତ ବାଣିଜ୍ୟ ଚୁକ୍ତି ଅନୁସାରେ ଭାରତକୁ ୧୮% ଟାରିଫ ଦେବା ପାଇଁ ସମ୍ମତି ଦିଆଯାଇଛି, କିନ୍ତୁ ଏହି ନୂତନ ଟାରିଫ ଲାଗୁ ହେବା ପରେ ଏହା ବଦଳିବ ନା ନାହିଁ ତାହା ଅସ୍ପଷ୍ଟ ଅଛି ।
 
 

By Nirvay

Leave a Reply

Your email address will not be published. Required fields are marked *