ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଏଲନ ମସ୍କ ଏବଂ ବିବେକ ରାମାସ୍ୱାମୀ ସରକାରୀ ଦକ୍ଷତା ବିଭାଗ(DOGE) ର ନେତୃତ୍ୱ ନେବେ।ଟ୍ରମ୍ପ ରାମାସ୍ୱାମୀଙ୍କୁ ତାଙ୍କ ପ୍ରଶାସନରେ ଯୋଗଦେବା ପାଇଁ ପ୍ରଥମ ଭାରତୀୟ -ଆମେରିକୀୟ ଭାବରେ ନିଯୁକ୍ତ କରିଛନ୍ତି।ଟ୍ରମ୍ପ ଦୁଇ ଜଣ ପ୍ରତିଭାବାନ ଆମେରିକୀୟଙ୍କ ସହାୟତାରେ ସରକାରୀ ଅମଲାତନ୍ତ୍ରକୁ ଉଚ୍ଛେଦ କରିବା, ନିୟମାବଳୀ ହ୍ରାସ କରିବା, ଅଯଥା ଖର୍ଚ୍ଚ ହ୍ରାସ କରିବା ଏବଂ ସଂଘୀୟ ସଂସ୍ଥାଗୁଡ଼ିକର ପୁନର୍ଗଠନ କରିବାକୁ ଯୋଜନା କରିଛନ୍ତି। ରିପବ୍ଲିକାନ୍ ରାଜନେତାମାନେ ବଡ଼ ଧରଣର ଢାଞ୍ଚାଗତ ସଂସ୍କାର ପାଇଁ ହ୍ବାଇଟ୍ ହାଉସ୍ ଏବଂ ଅଫିସ୍ ଅଫ୍ ମ୍ୟାନେଜମେଣ୍ଟ ଏବଂ ବଜେଟ୍ ସହିତ ସହଭାଗୀ ହୋଇ ବାହ୍ଯ ମାର୍ଗଦର୍ଶନ ସହିତ ଏକ ସରକାରୀ ଦକ୍ଷତା ବିଭାଗ (DOGE) ସୃଷ୍ଟି କରିବାକୁ ଯୋଜନା କରିଛନ୍ତି।ଟ୍ରମ୍ପ ଆଶା କରିଛନ୍ତି ଯେ ଦକ୍ଷତା ବୃଦ୍ଧି ଏବଂ ଠକେଇ ହ୍ରାସ କରିବା ପାଇଁ ଏଲନ ଏବଂ ବିବେକଙ୍କ ଫେଡେରାଲ୍ ଅମଲାତାନ୍ତ୍ରିକ ପରିବର୍ତ୍ତନଗୁଡିକ ବାର୍ଷିକ ୬.୫ ଟ୍ରିଲିୟନ ଆମେରିକୀୟ ଡଲାର ସରକାରୀ ଖର୍ଚ୍ଚକୁ ହଟାଇବାକୁ ଲକ୍ଷ୍ଯ ରଖିଛି। Post navigation ମୁଖ୍ୟ ଶାସନ ସଚିବ ଙ୍କ ଚିଠି ସରକାରଙ୍କ ଅପାରଗତା କୁ ଦର୍ଶାଉଛି : ବିଜେଡି ଜଗନ୍ନାଥଙ୍କ କୃପାରୁ ମହାରାଷ୍ଟ୍ର ରେ ଉଡ଼ିବ ବିଜୟର ଧ୍ବଜା: ଭୂପେନ୍ଦ୍ର ଯାଦବ