ବେଆଇନ ପ୍ରବାସୀଙ୍କୁ ନେଇ ଆମେରିକାରୁ ଭାରତ ଅଭିମୁଖେ ବାହାରିଲା ପ୍ରଥମ ବିମାନ । ପ୍ରଥମ ପର୍ଯ୍ୟାୟରେ ୫ ହଜାର ଭରତଙ୍କୁ ପଠାଇଲା ଆମେରିକା । ଆମେରିକାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ରହୁଥିଲେ ଭାରତୀୟଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଭାରତକୁ ପଠାଯାଇଛି । ଆଜି ସେନା ଏୟାରକ୍ରାଫ୍ଟରେ ଭାରତ ଫେରୁଛନ୍ତି ପ୍ରବାସୀ ।

ସୂଚନା ଯୋଗ୍ୟ; ପ୍ରଶାସନ ଆମେରିକାରେ ଅବୈଧ ଭାବରେ ରହୁଥିବା ପ୍ରବାସୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। ହ୍ୱାଇଟ୍ ହାଉସକୁ ଫେରିବା ପରେ ରାଷ୍ଟ୍ରପତି ଟ୍ରମ୍ପଙ୍କର ଏହା ପ୍ରଥମ ଭାରତ ନିର୍ବାସନ। ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆମେରିକାରେ ଭାରତୀୟ ଅବୈଧ ପ୍ରବାସୀମାନଙ୍କ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା ପରେ  ବେଆଇନ ଭାବେ ରହୁଥିଲେ ଭାରତୀୟଙ୍କୁ ଆଜି ଭାରତ ପଠାଯାଇଛି ।

Leave a Reply

Your email address will not be published. Required fields are marked *