ଓମାନ ଦେଶରେ ଫସିଛନ୍ତି ୭ ଜଣ ଓଡ଼ିଆ ଶ୍ରମିକ। କାମ କରିବାକୁ ଯାଇ ଅତ୍ୟାଚାରର ଶିକାର ହୋଇଛନ୍ତି ଓଡ଼ିଆ ଯୁବକ। ଏଥିରେ ଗଞ୍ଜାମ ଜିଲ୍ଲାର ୫ ଜଣ, ଜଗତସିଂହପୁର ଓ ଖୋର୍ଦ୍ଧା ୨ ଜଣ ଯୁବକ ରହିଛନ୍ତି। ଜଣେ ଠିକାଦାର ମିଥ୍ୟା ପ୍ରତିଶୃତି ଦେଇ ସେମାନଙ୍କୁ ଓମାନ ଦେଶକୁ ନେଇଯିବା ପରେ ସେଠି କାମ କରାଉଛନ୍ତି ହେଲେ ଦରମା ଦେଉ ନାହାନ୍ତି। ୨ ଦିନ ହେଲ ଖାଇବାକୁ ମଧ୍ୟ ଦେଇନାହିଁ,ପାସପୋର୍ଟ ଓ ଭିଶା ଛଡେଇ ନେଇଛି, ମାଗିଲେ ମାରିଦେବାର ଭୟ ଦେଖାଉଛି ବୋଲି ଭିଡିଓ କରି ଯୁବକମାନେ କହିବା ସହ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନକୁ ସହାୟତା ମାଗିଛନ୍ତି। ତେବେ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅସନ୍ତୋଷ ପ୍ରକାଶ ପାଇଛି।

By Nirvay

Leave a Reply

Your email address will not be published. Required fields are marked *