Train travel to get costlier from July 1
ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର । ଭାରତୀୟ ରେଳବାଇ, ଆସନ୍ତା ଜୁଲାଇ ୧ ତାରିଖରୁ ଯାତ୍ରୀବାହୀ ଟ୍ରେନ ଭଡା ସାମାନ୍ୟ ବୃଦ୍ଧି କରିବାକୁ ଯାଉଛି । ଦୂର ଯାତ୍ରା କରୁଥିବା ଯାତ୍ରୀଙ୍କ କ୍ଲାସ୍‌ ଓ ଦୂରତା ଅନୁଯାୟୀ ଭଡ଼ା ବୃଦ୍ଧି କରାଯିବ । ଲୋକାଲ୍‌ ଟ୍ରେନ ଭଡ଼ା ଅପରିବର୍ତ୍ତିତ ରହିବ ।
 
➡️ ନନ୍‌-ଏସି ମେଲ୍ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିଲେ କିଲୋମିଟର ପିଛା ୧ ପଇସା ବୃଦ୍ଧି ହେବ । ଅର୍ଥାତ୍‌ ୧୦୦୦ କିଲୋମିଟର ଯାତ୍ରା ପାଇଁ ଅଧିକ ୧୦ ଟଙ୍କା ଦେବାକୁ ପଡିବ ।
 
➡️ଏସି କ୍ଲାସ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇବ । ଅର୍ଥାତ ୧୦୦୦ କିଲୋମିଟର ଯାତ୍ରା ପାଇଁ ୨୦ ଟଙ୍କା ଅଧିକ ଭଡ଼ା ଦେବାକୁ ପଡିବ ।
 
➡️ସାଧାରଣ ସେକେଣ୍ଡ କ୍ଲାସ୍‌ (Ordinary Second Class) ରେ ୫୦୦ କିଲୋମିଟର ଯାଏଁ ଯାତ୍ରା ପାଇଁ ଭଡ଼ା ବଢିବ ନାହିଁ ।
 
➡️୫୦୦ ରୁ ଅଧିକ କିଲୋମିଟର ଯାତ୍ରା ପାଇଁ ଅଧା ପଇସା (୦.୫) ଅତିରିକ୍ତ ଦେବାକୁ ହେବ । ଅର୍ଥାତ୍ ୧୦୦୦ କିଲୋମିଟର ଯାତ୍ରା ପାଇଁ ୨ ଟଙ୍କା ୫୦ ପଇସା ଅଧିକ ଦେବାକୁ ପଡିବ ।
 

By Nirvay

Leave a Reply

Your email address will not be published. Required fields are marked *