ଆଉ ଦୁଇଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପୁଲିସ ପ୍ରଶାସନର ପ୍ରସ୍ତୁତି ଶେଷ ହୋଇଛି । ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତଙ୍କ ଭିଡ଼ ଜମିଲାଣି । ସେଥିପାଇଁ ସୁରକ୍ଷା ପାଇଁ ପୋଲିସ ଫୋର୍ସ ମଧ୍ୟ ମୁତୟନ ହେବା ଆରମ୍ଭ ହୋଇଗଲାଣି । ରଥାଯାତ୍ରାରେ ଭିଡ଼ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍ ନିୟମାବଳୀ ଜାରି ହୋଇଛି । ଚାରିଚକିଆ ଯାନ ପାଇଁ ଜାରି ହୋଇଥିବା ଟ୍ରାଫିକ୍ ନିୟମାବଳୀ ଗୁଡ଼ିକ ହେଲା:- ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନଗୁଡିକ ମାଳତିପାଟପୁର ବ୍ରିଜ, ବାଇଦାସ ନଗର ଛକ, ଗ୍ରୀଡ ଷ୍ଟେସନ୍ ଛକ ଦେଇ ତାଳବଣିଆ ପଟେ ନିର୍ଦ୍ଧାରିତ ଯାନ ରହଣି ସ୍ଥଳ ପର୍ଯ୍ୟନ୍ତ ଯିବେ । ତାଳବଣିଆ ପଟେ ବିଧାନସଭା ଅତିଥି ଭବନ, ଶିଳ୍ପ ତାଲିମ କେନ୍ଦ୍ର, ହେଲିପ୍ୟାଡ଼୍, ଇଣ୍ଡୋର ଷ୍ଟାଡିଅମ, ଉଦ୍ୟାନ କୃଷି ପଡିଆ ଓ ସ୍ୱଚ୍ଛ ମାଛ ବଜାର ଠାରେ କ୍ରମାନ୍ଵୟରେ ନିଜ ନିଜର ଯାନ ଗୁଡିକୁ ରଖିବେ । ପୁଣି ସେଠାରୁ ପିକେଆରଆଇଟି ଛକ, କେନ୍ଦ୍ରୀୟ ବିଦ୍ୟାଳୟ, ଭୁଦାନ ଛକ, ଗ୍ରୀଡ ଷ୍ଟେସନ୍ ଛକ, ବାଲିଘାଟ ଛକ, ସମଙ୍ଗରା ଗ୍ରାମ ଦେଇ ବାଟଗାଁ ଛକ ଠାରୁ ଭୁବନେଶ୍ୱର ପାଇଁ ପ୍ରସ୍ଥାନ କରିବେ । ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନଗୁଡିକ ମଙ୍ଗଳାଘାଟ ଛକ ଠାରୁ ଷ୍ଟଲିଂ ଛକ ପର୍ଯ୍ୟନ୍ତ ଯିବେ ଓ ସେଠାରେ ନିର୍ଦ୍ଧାରିତ ହୋଇଥିବା ଯାନ ରହଣି ସ୍ଥଳଠାରେ ନିଜ ନିଜର ଯାନଗୁଡିକୁ ରଖିବେ । ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ । ସେହିପରି କୋଣାର୍କ ପଟୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନଗୁଡିକ ବାଇଦାସ ନଗର ଛକ, ଗ୍ରୀଡ ଷ୍ଟେସନ୍ ଛକ ଦେଇ ତାଳବଣିଆ ପଟେ ନିର୍ଦ୍ଧାରିତ ଯାନ ରହଣି ସ୍ଥଳ ପର୍ଯ୍ୟନ୍ତ ଯିବେ । ତାଳବଣିଆ ପଟେ ବିଧାନସଭା ଅତିଥ୍ ଭବନ, ଶିଳ୍ପ ତାଲିମ କେନ୍ଦ୍ର, ହେଲିପ୍ୟାଡ୍, ଇଣ୍ଡୋର ଷ୍ଟାଡିଅମ, ଉଦ୍ୟାନ କୃଷି ପଡିଆ ଓ ସ୍ୱଚ୍ଛ ମାଛ ବଜାର ଠାରେ କ୍ରମାନ୍ୱୟରେ ନିଜ ନିଜର ଯାନ ଗୁଡିକୁ ରଖିବେ । ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ । ସେହିପରି ଦୁଇଚକିଆ ଯାନ ପାଇଁ ଜାରି ହୋଇଥିବା ଟ୍ରାଫିକ୍ ନିୟମାବଳୀ ଗୁଡ଼ିକ ହେଲା:- ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ଗୁଡିକ ମଙ୍ଗଳାଘାଟ ଛକ ଠାରୁ ମଶାଣିଚଣ୍ଡୀ ଛକ, ଦେବିଘାଟ ଛକ ଦେଇ ଜଗନ୍ନାଥ ବଲ୍ଲଭ ଠାରେ ନିଜ ନିଜର ଯାନ ଗୁଡିକୁ ରଖିବେ । ଜଗନ୍ନାଥ ବଲ୍ଲଭ ସ୍ଥାନ ପୂରଣ ହୋଇଯିବା ପରେ ମଶାଣିଚଣ୍ଡୀ ଛକଠାରୁ ମାଟିତୋଟା ଖେଳପଡିଆ, ଏହା ପରେ ମାଟିତୋଟା ଖେଳ ପଡିଆ ଏବଂ ମଙ୍ଗଳାଘାଟ ଛକ ଠାରୁ ଶ୍ରୀସେତୁ ଦେଇ ମାଟିତୋଟା ହେଲିପ୍ୟାଡ୍ ପଡିଆଠାରେ ପର୍ଯ୍ୟାୟ କ୍ରମେ ଗାଡ଼ି ରଖାଯିବ । ସେହିପରି ଜଗନ୍ନାଥ ବଲ୍ଲଭଠାରେ ରଖୁଥିବା ଯାନ ଗୁଡିକ ନରେନ୍ଦ୍ର କୋଣ, ମଙ୍ଗଳାଘାଟ ଛକ ଦେଇ ବ୍ରହ୍ମଗିରି ପାଇଁ ପ୍ରସ୍ଥାନ କରିବେ । ଭୁବନେଶ୍ଵର ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ଗୁଡିକ ମଙ୍ଗଳାଘାଟ ଛକ ଠାରୁ ମଶାଣିଚଣ୍ଡୀ ଛକ, ଦେବିଘାଟ ଛକ ଦେଇ ଜଗନ୍ନାଥ ବଲ୍ଲଭ ଠାରେ ନିଜ ନିଜର ଯାନ ଗୁଡିକୁ ରଖିବେ । ଉକ୍ତ ସ୍ଥାନ ପୂରଣ ହୋଇଯିବା ପରେ ଯାନଗୁଡିକ ମଶାଣିଚଣ୍ଡୀ ଛକଠାରୁ ମାଟିତୋଟା ଖେଳ ପଡିଆ ଏବଂ ମଙ୍ଗଳାଘାଟ ଛକ ଠାରୁ ଶ୍ରୀସେତୁ ଦେଇ ମାଟିତୋଟା ହେଲିପ୍ୟାଡ଼୍ ପଡିଆଠାରେ ପର୍ଯ୍ୟାୟ କ୍ରମରେ ନିଜ ନିଜର ଯାନ ଗୁଡିକୁ ରଖିବେ । ଜଗନ୍ନାଥ ବଲ୍ଲଭଠାରେ ରଖୁଥିବା ଯାନ ଗୁଡିକ ନରେନ୍ଦ୍ର କୋଣ, ଜଟିଆ ବାବାଜୀ ଛକ, କୁମ୍ଭାରପଡା ଥାନା, ଅଠରନଳା ଓ ବାଟଗ “ଗାଁ ଛକ ଦେଇ ଭୁବନେଶ୍ଵର ପାଇଁ ପ୍ରସ୍ଥାନ କରିବେ । କୋଣାର୍କ ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ଗୁଡିକ ବାଇଦାସ ନଗର ଛକ, ଗ୍ରୀଡ ଷ୍ଟେସନ୍ ଛକ, ପେଣ୍ଠକଟା ଛକ, ସୁବାଷ ବୋସ ଛକ ଦେଇ ବ୍ଲୁ ଫ୍ଲାଗ ବେଳାଭୂମି ଓ ନୀଳାଚଳ ଅଶୋକ ଠାରେ ନିଜ ନିଜର ଯାନ ଗୁଡିକୁ ରଖିବେ । ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ । ଅନ୍ୟପଟେ ରଥଯାତ୍ରାରେ ମୁତୟନ ହେବେ ୧୦ହଜାରରୁ ଅଧିକ ସୁରକ୍ଷାକର୍ମୀ । ଶ୍ରୀକ୍ଷେତ୍ରକୁ ଜଗିଛି ୨୭୫ଟି AI CAMERA । DRONE ସାହାଯ୍ୟରେ ହେବ ଟ୍ରାଫିକ ଓ ଶୃଙ୍ଖଳା ବ୍ୟବସ୍ଥାର ପରିଚାଳନା । ଆଣ୍ଟି ଡ୍ରୋନ, ଆଣ୍ଟି ସାବୋଟେଜ, ଡଗ ସ୍କ୍ବାଡ ଓ ପ୍ରାୟ ୨୦୦ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି । ବିଏସଏଫ, ସିଆରପିଏଫ, ଆରଏଫକୁ ମିଶାଇ ୮ କଂପାନୀ ଫୋର୍ସ ନିୟୋଜିତ ରହିବେ । Post navigation ନିଶା ଦେଇ ନାବାଳିକାକୁ ଦୁଷ୍କର୍ମ; ବିଶ୍ବହିନ୍ଦୁ ପରିଷଦ ନେତା ଭବାନୀ ଶଙ୍କର ଦାସ ସମେତ ୨ ମହିଳା ଗିରଫ ଲଞ୍ଚ ହେଲା ଆକ୍ସିଅମ୍-୪ ମିଶନ୍