କଟକ ତଳ ବାଲିଯାତ୍ରା ପଡିଆରେ “ଆୟୁଷ୍ମାନ ଭାରତ” ଯୋଜନାର ଶୁଭାରମ୍ଭ ହେବାକୁ ଥିବାବେଳେ ଯାନବାହନର ସୁନିୟନ୍ତ୍ରିତ ଚଳାଚଳ ତଥା ଜନସାଧାରଣଙ୍କ ସୁଗମନାଗମନ ନିମନ୍ତେ ପୋଲିସ କମିସନରେଟ୍ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି କଟକଣା ତା. ୧୧.୦୪.୨୦୨୫ ରିଖ ଦିନ ସକାଳ ୧୧.୩୦ ମିନିଟ୍ ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଲାଗୁ କରାଯାଇଛି । ୧. ଶିଖରପୁର ଚ୍ଛୁକ ପଟୁ ରିଙ୍ଗ ରୋଡ୍ ରେ ଆସୁଥୁବା ଯାନବାହାନ ଗୁଡ଼ିକ ମାତାମଠ ଛକ ଆଡ଼କୁ ଯିବାକୁ ଦିଆଯିବ ନାହିଁ । ସେମାନେ ଯୋବ୍ରା ଛକ ଠାରୁ ଆଗକୁ ଯାଇପାରିବେ ନାହିଁ । ୨. ଚହଟା ଛକ ପଟୁ ରିଙ୍ଗ ରୋଡ୍ ରେ ଆସୁଥୁବା ଯାନବାହାନ ଗୁଡ଼ିକ ଯୋବ୍ରା ଛକ ଛକ ଆଡ଼କୁ ଯିବାକୁ ଦିଆଯିବ ନାହିଁ । ସେମାନେ କ୍ୟାଣ୍ଟନମେଣ୍ଟ ଛକ ରାସ୍ତା ଦେଇ ମଧୁକୁଞ୍ଜ ପାର୍କ ଆଡ଼କୁ ଯାଇପାରିବେ । ୩. କୌଣସି ଯାନବାହାନ ବିଜୁ ପଟ୍ଟନାୟକ ଛକ ପଟୁ ଦୟାଶ୍ରମ ରିଙ୍ଗ ରୋଡ୍ ଦେଇ ପୁରୁଣା କ୍ୟାଣ୍ଟନମେଣ୍ଟ ଆଡ଼କୁ ଯାଇପାରିବେ ନାହିଁ । ୪. କୌଣସି ଯାନବାହାନ ଗ୍ରୀନାର ହୋଟେଲ ଛକ ଠାରୁ ମହାନଦୀ ରିଙ୍ଗ ରୋଡ୍ ଦେଇ ଯାଇପାରିବେ ନାହିଁ । ସେମାନେ ଓପା ଛକ ଦେଇ ମଧୁସୂଦନ ଷ୍ଟାଚ୍ୟୁ ଆଡ଼କୁ ଯାଇପାରିବେ । ୫. କୌଣସି ଯାନବାହାନ ଚଣ୍ଡୀ ଛକ ଠାରୁ ପୁରୁଣା କ୍ୟାଣ୍ଟନମେଣ୍ଟ ଥାନା ଆଡ଼କୁ ଯାଇପାରିବେ ନାହିଁ । ୬. ଶିଖରପୁର ଛକ ପଟୁ ଯୋବ୍ରା ଛକ ଆଡ଼କୁ ଭାରୀ ଯାନ ଗୁଡ଼ିକ ଯିବାକୁ ଦିଆଯିବ ନାହିଁ । ୭. କାଳିଆବୋଦା ପଟୁ ଯୋବ୍ରା ଛକ ଆଡ଼କୁ ଭାରୀ ଯାନ ଗୁଡ଼ିକ ଯିବାକୁ ଦିଆଯିବ ନାହିଁ । ୮. ତ୍ରିଶୂଳିଆ ଛକ ପଟୁ ବେଲଭିୟୁ ଛକ ଆଡ଼କୁ ଭାରୀ ଯାନ୍ ଗୁଡ଼ିକ ଯିବାକୁ ଦିଆଯିବ ନାହିଁ । ୯. ନୂଆପାଟଣା ଛକ ପଟୁ ମଧୁସୂଦନ ସେତୁ ଦେଇ ସି.ଡି.ଏ ଆଡ଼କୁ ଭାରୀ ଯାନ ଗୁଡ଼ିକ ଯିବାକୁ ଦିଆଯିବ ନାହିଁ । ୧୦. ଡି.ପି.ଓ ଗଡ଼ା ପଟୁ ବେଲଭିୟୁ ଛକୁ ଆଡ଼କୁ ଅପରାହ୍ନ ୪ ଘଟିକାରୁ ସନ୍ଧ୍ୟା ୬ ଘଟିକା ମଧ୍ୟରେ କୌଣସି ପ୍ରକାର ଯାନବାହନ ଯିବାକୁ ଦିଆଯିବ ନାହିଁ । ଉପରୋକ୍ତ କଟକଣା ଗୁଡ଼ିକୁ ନ ମାନିଲେ ଓଡ଼ିଶା ଅର୍ବାନ୍ ପୋଲିସ ଆକ୍ଟ ୨୦୦୩ ଧାରା ୯୬ ଅନୁସାରେ ୫୦୦ ଟଙ୍କା କିମ୍ବା ସର୍ବାଧିକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ । Post navigation ଭୁବନେଶ୍ୱରରେ ବ୍ରାଉନସୁଗାର ବେପାରୀକୁ ଏନ୍କାଉଣ୍ଟର୍ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା