ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ରରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟରେ ବୁଡ଼ିଗଲେ ପାଞ୍ଚ ଜଣ ପର୍ଯ୍ୟଟକ । ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସମୁଦ୍ର କୂଳରେ ସେକ୍ଟର୨ ଓ ସେକ୍ଟର ୧୦ରେ ଘଟିଛି ଅଘଟଣ । ସମୁଦ୍ର ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ଲାଇଫ୍ ଗାର୍ଡ ଉଦ୍ଧାର କରିଛନ୍ତି ।

ସୂଚନା ଯୋଗ୍ୟ, ସମୁଦ୍ର କୂଳ ସେକ୍ଟର ୨ ଦିଗବାରେଣୀ ଠାରେ ଖୋର୍ଦ୍ଧା ମଞ୍ଚେଶ୍ୱରର ବିଭୂ ଦାସ, ହାପି ଦାସ, ସୁଗ୍ୟାନ ଦାସ ଗାଧୋଉଥିଲେ । ସେହିପରି ସମୁଦ୍ର କୂଳ ସେକ୍ଟର ୧୦ରେ କଟକର ବିରଞ୍ଚି ନାରାୟଣ ସ୍ବାଇଁ ଏବଂ ବସନ୍ତ କୁମାର ସାମଲ ଗାଧୋଉଥିବା ବେଳେ ବୁଡ଼ିଯାଇଥିଲେ।

ବେଳାଭୂମିରେ ସ୍ନାନ ସମୟରେ ରିପ୍ କରେଣ୍ଟ ସହ ବଡ଼ ଲହଡି ମାଡ଼ରେ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ। ତାଙ୍କ ପରିବାର ଲୋକେ ଏହା ଦେଖି ଲାଇଫଗାର୍ଡଙ୍କୁ ଖବର ଦେଇଥିଲେ । ସରକାରୀ ଲାଇଫଗାର୍ଡ ଦେବଦୂତ ସାଜି ଗଭୀର ସମୁଦ୍ରକୁ ଯାଇ ଉକ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ରହିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ସ୍ଥିର ରହିଛି ।

Leave a Reply

Your email address will not be published. Required fields are marked *