ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ । ରବୀନ୍ଦ୍ର ଜେନା ବିଜେପିରେ ସାମିଲ୍ ହେବାର ମାତ୍ର ଦୁଇ ଦିନ ପରେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ଜୀବନ ପ୍ରଦୀପ ଦାଶ । ଜୀବନ ପ୍ରଦୀପ ମୂଲ୍ୟଭିତ୍ତିକ ରାଜନୀତିରୁ ଦଳର ବିଚ୍ୟୁତିକୁ ଉଲ୍ଲେଖ କରି ଜଣେ ଚିଟ୍ ଫଣ୍ଡ ଅଭିଯୁକ୍ତଙ୍କୁ ଦଳରେ ସାମିଲ କରିବା ଉପରେ ପ୍ରଶ୍ନ ଉଠାଇଛନ୍ତି।

ଦଳ ଛାଡ଼ିବା ପରେ ସେ ସାମ୍ୱାଦିକ ସମ୍ମିଳନୀରେ ଇସ୍ତଫାର କାରଣ କହିଛନ୍ତି । ସେ ମୂଲ୍ୟବୋଧଯୁକ୍ତ ରାଜନୀତି ବିଚାରଠାରୁ ଦୂରେଇ ଯାଇଛି ବିଜେପି । ନଚେତ୍‌ ଚିଟ୍‌ଫଣ୍ଡ ଅଭିଯୁକ୍ତକୁ ବିଜେପିରେ କିପରି ସାମିଲ୍‌ କରାଗଲା । ଜଣେ ଅଭିଯୁକ୍ତକୁ ଆଣି ଦଳରେ ସାମିଲ୍ କରିବା ରାଜ୍ୟ ବିଜେପିରେ ପ୍ରଥମ ।

ସେ ଆଉ ମଧ୍ୟ କହିଛନ୍ତି ୨୦୨୪ରେ କ୍ଷମତାକୁ ଆସିବା ପରେ ବିଜେପିର ନୈତିକ ପତନ ହୋଇଛି । ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ କୌଣସି ନିଷ୍ପତ୍ତି ନେଇନି ।

Leave a Reply

Your email address will not be published. Required fields are marked *