ବାମପନ୍ଥୀ ଉଗ୍ରବାଦକୁ ମୂଳୋତ୍ପାଟନ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟସୀମା ଆଜି ଶେଷ ହେଉଛି। ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ। ଗତ କିଛି କିଛି ଦିନ ମଧ୍ୟରେ ସୁରକ୍ଷା ବାହିନୀଙ୍କ ଅଭିଯାନରେ ବହୁ ଟପ୍ ମାଓବାଦୀ ନେତା ନିହତ ହୋଇଥିବା ବେଳେ ଅନେକ ଆତ୍ମସମର୍ପଣ କରିଛନ୍ତି। ଏହି ଡେଡ୍ଲାଇନ୍ ପରେ ସରକାରୀ ସ୍ତରରେ ସମୀକ୍ଷା କରାଯିବ ଯେ ନକ୍ସଲମୁକ୍ତ ଭାରତର ସ୍ୱପ୍ନ କେତେଦୂର ସାକାର ହୋଇଛି । ଅନ୍ୟପଟେ ଅବଧି ଶେଷ ହେବା ପୂର୍ବରୁ ଲୋକସଭାରେ ତଥ୍ୟ ରଖିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୃହରେ ଜବାବ ରଖି କହିଛନ୍ତି ଯେ, ଯେଉଁ ଲୋକ ଦେଶର ବ୍ୟବସ୍ଥାକୁ ଅବଜ୍ଞା କରି ଅସ୍ତ୍ର ଉଠାଇବ, ତାକୁ ଏହାର ବହୁମୂଲ୍ୟ ଦେବାକୁ ହେବ। ସେମାନଙ୍କ ପାଇଁ ମହଙ୍ଗା ପଡ଼ିବ। ଭାରତ ଏବେ ନକ୍ସଲ ହିଂସାରୁ ମୁକ୍ତ ହୋଇଥିବା ଶାହ ଘୋଷଣା କରିଛନ୍ତି। ଶାହ କହିଛନ୍ତି, ଗୃହମନ୍ତ୍ରୀ ଆହୁରି କହିଛନ୍ତି, ‘ଅନେକ ଲୋକେ କୁହନ୍ତି ଦେଶରେ ଦାରିଦ୍ରତା କାରଣରୁ ନକ୍ସଲବାଦର ଆରମ୍ଭ ହୋଇଥିଲା । ଏଥିପାଇଁ ଭେଦଭାବର ଅନେକ ମିଛ କାହାଣୀ ତିଆରି କରାଗଲା । ଆଦିବାସୀଙ୍କୁ ନିଜ ଦେଶ ଓ ଶାସନ ବିରୋଧରେ ହତିଆର ଉଠାଇବା ପାଇଁ ପ୍ରେରିତ କରାଗଲା । ବାସ୍ତବ କଥା ହେଉଛି, ଆଦିବାସୀ ଅଞ୍ଚଳ ଗୁଡିକରେ ବିକାଶ କରାଯାଇପାରିଲା ନାହିଁ । ଫଳରେ ଦାରିଦ୍ରତାରୁ ବାହାରିବାରୁ ଲୋକେ ବାଧ୍ୟ ହୋଇ ଏପରି କଲେ । ବର୍ଷ ବର୍ଷ ଧରି ସରଳ ଓ ନିରୀହ ଆଦିବାସୀଙ୍କୁ ଅନ୍ଧାରରେ ରଖାଗଲା। ବାମପନ୍ଥୀ ନିଜ ବିଚାରଧାରାକୁ ବଢ଼ାଇବା ପାଇଁ ସେମାନଙ୍କୁ ବ୍ୟବହାର କଲେ । ଏହି ବିଚାରଧାରାରୁ ହିଁ ନକ୍ସଲବାଦ ସୃଷ୍ଟି ହେଲା। ସ୍ବାଧୀନତା ପରେ ୬୦ ବର୍ଷ ଧରି ଆଦିବାସୀଙ୍କୁ ବିକାଶର ବଞ୍ଚିତ ରଖାଯାଇଥିଲା। ଦେଶରୁ ମାଓବାଦର ଭୟ ଦୂର ହୋଇଗଲାଣି ଏବଂ ଏହାର ଶେଷ ଗଡ଼, ଛତିଶଗଡ଼ର ବସ୍ତର, “ବିକାଶର ପଥ” ଉପରେ ଅଗ୍ରସର ହେଉଛି। ମାଓ ହିଂସାର ମୂଳୋତ୍ପାଟନ ପାଇଁ ସରକାରୀ ସମୟସୀମା ମାର୍ଚ୍ଚ ୩୧, ଯାହା ପୂର୍ବରୁ ଲୋକସଭାରେ ଏହି ବିଷୟ ଉପରେ ଆଲୋଚନା କରାଯାଇଥିଲା। ଆଲୋଚନାର ଉତ୍ତର ଦେଇ ଶାହ କହିଛନ୍ତି, ଦେଶରେ ନକ୍ସଲବାଦ ଏବେ ବିଲୁପ୍ତ ହେବା ଦ୍ୱାରରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଆନୁଷ୍ଠାନିକ ଭାବରେ ସମାପ୍ତ ହେବା ପରେ ଦେଶକୁ ସୂଚିତ କରାଯିବ, କିନ୍ତୁ ମୁଁ କହିପାରିବି ଯେ ଆମେ ନକ୍ସଲମୁକ୍ତ ହୋଇଛୁ । ସୂଚନା ଯୋଗ୍ୟ; କିଛି ମାସ ତଳେ କେନ୍ଦ୍ର ସରକାର ମାଓବାଦୀଙ୍କୁ ହିଂସା ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ କହିଥିଲେ । ଏଥିପାଇଁ ମାର୍ଚ୍ଚ ୩୧ ମଧ୍ୟ ଡେଡ୍ଲାଇନ୍ ରଖିଥିଲେ । କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଦେଶ ପରେ ମାଓ ପ୍ରଭାବିତ ରାଜ୍ୟରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ। ତେଲେଙ୍ଗାନା, ଓଡ଼ିଶା, ଆନ୍ଧ୍ର , ଛତିଶଗଡ଼ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଜୋରଦାର କରାଯାଇଥିଲା। Post navigation Odisha CM Chairs Meeting with Dist Collectors: ପଶ୍ଚିମ ଏସିଆ ପରିସ୍ଥିତି ପରିପ୍ରେକ୍ଷୀରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା Newborn Boy Rescued In Bhubaneswar: ରାଜଧାନୀରେ ଅଟୋ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର