ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଆଜି କାଳିମାଡ଼ ହୋଇଛି । କଂଗ୍ରେସ ଭବନ ଚାମ୍ବରରେ ବସିଥିବା ବେଳେ ତାଙ୍କୁ କାଳିମାଡ଼ ହୋଇଛି। କଂଗ୍ରେସ ଭବନରେ ପଶି ଅସନ୍ତୁଷ୍ଟ ଗୋଷ୍ଠୀ କାଳିମାଡ଼ କରିଥିବା ଜଣାପଡ଼ିଛି।
କାଳି ମାଡ଼ ପରେ ପ୍ରତିକ୍ରିୟା ରଖିଲେ ପିସିସି ସଭାପତି ଶରତ ପଟ୍ଟନାୟକ। ସେ କହିଲେ ଏହା ମୋ ପାଇଁ ନୂଆ ନୁହେଁ, ମୁଁ ଦବିଯିବିନି । ଏହା ପୁର୍ବରୁ ଅଣ୍ଡା, ପଥର ମାଡ଼ ହୋଇଥିଲା ।ଏସବୁ ନେଇ ମୁଁ ବ୍ୟଥିତ ନୁହେଁ କି ଦବି ଯିବାର ପ୍ରଶ୍ନ ଉଠୁନି ।
ଆଉ ମଧ୍ୟ କହିଛନ୍ତି ବିଜେପି କିମ୍ବା ଅନ୍ୟ କାହା ଦ୍ବାରା ପ୍ରରୋଚିତ ଦୁର୍ବୃତ୍ତ ଏମିତି କରିଛନ୍ତି । କଂଗ୍ରେସ ଉତ୍ଥାନ କରୁଥିବା ଦେଖି କିଛି ଅହଂକାରୀ ଏଭଳି କରୁଥିବେ । ଏମିତି କେତେ ଆସିଛନ୍ତି, ଯାଇଛନ୍ତି ସେସବୁ ଖାତିର୍ କରେନି । କଂଗ୍ରେସକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଶକ୍ତିକୁ ବରଦାସ୍ତ କରିବୁନି ।