ଲୋକସେବା ଭବନରେ ବିଧିବଦ୍ଧ କାର୍ଯ୍ୟ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ନୂଆ ସରକାର ଗଠନର ୩ ସପ୍ତାହ ପରେ ଆଜିଠାରୁ ଲୋକସେବା ଭବନରେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମନ୍ତ୍ରିିମଣ୍ଡଳ ଶପଥ ନେବା ପରଠାରୁ ରାଜ୍ୟ ଅତିଥି ଭବନରୁ କାର୍ଯ୍ୟ କରୁଥିଲେ ମୁଖ୍ୟମନ୍ତ୍ରୀ।

ଆଜି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ବିଭିନ୍ନ ରଙ୍ଗ ବେରଙ୍ଗ ଫୁଲ ଓ ରଙ୍ଗୋଲିରେ ସଜେଇ ହୋଇଛି ଲୋକସେବା ଭବନ ପରିସର। ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବ ଭବନକୁ ପାଛୋଟି ନେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡ଼ାଙ୍କ ସମେତ ବହୁ କ୍ୟାବିନେଟ୍ ମନ୍ତ୍ରୀ। ସେହିପରି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଆଇଏଏସ୍ ଏବଂ ଓଏଏସ୍ କର୍ମଚାରୀ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଭଗ୍ୟ ସ୍ୱାଗତ କରିଥିଲେ।  ୮ ଜଣ ବ୍ରାହ୍ମଣ ବେଦପାଠ ପରେ ନିଜ ଚାମ୍ବରକୁ ପ୍ରବେଶ କଲେ ମୋହନ ମାଝୀ । ଲୋକସେବା ଭବନରେ ଆଜି ପ୍ରଥମ ଥର ପାଇଁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୂଜାର୍ଚ୍ଚନା ପରେ ମୁଣ୍ଡିଆ ମାରି ସେ ଲୋକସେବା ଭବନରେ ପ୍ରବେଶ କରିଛନ୍ତି। ପ୍ରବେଶ ପରେ ଲୋକସଭାରେ କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କାର୍ଯ୍ଯ ଆରମ୍ଭ କରିବା ପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସେ କହିଛନ୍ତି ଓଡ଼ିଆ ଅସ୍ମିତା ସଂରକ୍ଷଣ ଓ ପ୍ରସାରକୁ ଗୁରୁତ୍ବ ଦିଆଯିବ । ସାହିତ୍ୟ, କଳା, ସଙ୍ଗୀତ ଓ ଲଳିତ କଳା ଏକାଡେମୀର ପୁନଃଗଠନ ହେବ । ପ୍ରତି ଜିଲ୍ଲାର କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦିଆଯିବ । ଅନୁବାଦ ଏକାଡେମୀ, ଓଡ଼ିଆ ଅସ୍ମିତା ଭବନ ନିର୍ମାଣ କରାଯିବ ।

ସେ ଆଉ ମଧ୍ୟ କହିଛନ୍ତି ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ କମିଶନ ଗଠନ ହେବ । ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରାଯିବ । ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରାଯିବ । ବରୁଣେଇରେ ପାଇକ ଏକାଡେମୀ ଓ ସ୍ମାରକୀ ନିର୍ମାଣ ତ୍ବରାନ୍ବିତ ହେବ । ବିଭିନ୍ନ ଐତିହ୍ୟ ପୀଠର ବିକାଶକୁ ଗୁରୁତ୍ବ ଦେବାକୁ ସଂକଳ୍ପବଦ୍ଧ ।

Leave a Reply

Your email address will not be published. Required fields are marked *