ରତ୍ନଭଣ୍ଡାର ଯାଞ୍ଚ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଆସନ୍ତା ୧୮ ତାରିଖରେ ରତ୍ନଭଣ୍ଡାର ଯାଞ୍ଚ ହେବ। ଏଏସଆଇ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ରତ୍ନଭଣ୍ଡାର ଯାଞ୍ଚ କରାଯିବ ବୋଲି ଜଣାପଡିଛି। ରାତି ୨ଟାରୁ ଦ୍ବାରଫିଟା ନୀତି ହେବାକୁ ଥିବା ବେଳେ ରାତି ୩ଟାରେ ମଙ୍ଗଳ ଆଳତି ହେବ। ଦିନ ୧ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ହେଲେ ଅବଢ଼ା ମିଳିବ। ମହାପ୍ରସାଦ ଆଣିବା ପାଇଁ ସିଂହଦ୍ୱାର ଦେଇ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି।

Leave a Reply

Your email address will not be published. Required fields are marked *