Tigress 'Zeenat' to return Similipal soon

ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ବାଙ୍କୁଡାର ରାଣୀବନ୍ଧ ଜଙ୍ଗଲରେ ଟ୍ରାଙ୍କୁଲାଇଜ୍‌ କରି ଧରାଯାଇଥିବା ବାଘୁଣୀ ‘ଜୀନତ୍‌’ର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନାହିଁ । ଜୀନତ୍‌କୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ୩ଟି ସଟ୍‌ ମରାଯାଇଥିଲା । ଯାହାର ପ୍ରଭାବରେ ଜୀନତ୍‌ ଅସୁସ୍ଥ ହୋଇପଡ଼ିଛି ।

୩ ରାଜ୍ୟ, ଓଡିଶା, ଛତିଶଗଡ ଓ ପଶ୍ଚିମବଙ୍ଗ ବନ ବିଭାଗର ମିଳିତ ଟିମ୍ ଏହି ଅପରେସନରେ ନିୟୋଜିତ ହୋଇଥିଲା ।

ଅଲିପୁର ଚିଡ଼ିଆଖାନାରେ ୧୨ ଜଣିଆ ଟିମ୍‌ ଜୀନତ୍‌ର ଚିକିତ୍ସା ଓ ନିରୀକ୍ଷଣ ଦାୟିତ୍ୱରେ ଅଛନ୍ତି । ଆଜି ଆଉ ଦୁଇଥର ଡାକ୍ତରୀ ପରୀକ୍ଷା ପରେ ‘ଜୀନତ୍‌’ କେବେ ଶିମିଳିପାଳ ଫେରିବ ସେ ସଂପର୍କରେ ନିଷ୍ପତ୍ତି ନିଆଯିବ ।

ଏହି ସମୟରେ ଓଡ଼ିଶା ଓ ପଶ୍ଚିମବଙ୍ଗ ବନ ବିଭାଗ, ଅଲିପୁର ଚିଡ଼ିଆଖାନାର ଡାକ୍ତର ତଥା ସୁନ୍ଦରବନ ଟାଇଗର ରିଜର୍ଭର କର୍ମଚାରୀଙ୍କୁ ନେଇ ଗଠିତ ଟିମ୍‌ ‘ଜୀନତ୍‌’ ଉପରେ ନଜର ରଖିବେ । ବାଘୁଣୀ ସୁସ୍ଥ ହେବା ପରେ ଯଥାଶୀଘ୍ର ହସ୍ତାନ୍ତର ପାଇଁ ପଶ୍ଚିମବଙ୍ଗ ବନ ବିଭାଗକୁ ଅନୁରୋଧ କରାଯାଇଛି ବୋଲି ଆଜି ଭୁବନେଶ୍ୱରରେ ପିସିସିଏଫ୍‌ ପ୍ରେମ୍‌ କୁମାର ଝା ଗଣମାଧ୍ୟମକୁ କହିଛନ୍ତି ।

ସୂଚନା ଅନୁଯାୟୀ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍ଟିସିଏ) ପଶ୍ଚିମବଙ୍ଗ ବନ ବିଭାଗକୁ ‘ଜୀନତ୍‌’କୁ ଓଡ଼ିଶା ଫେରାଇ ଆଣିବାକୁ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *