ଆଜି ‘ବିଶ୍ୱ ବ୍ୟାଘ୍ର ଦିବସ’। ବାଘଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜୁଲାଇ ୨୯ରେ ସାରା ବିଶ୍ୱରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଏ । ଏ ଅବସରରେ ସାତକୋଶିଆରେ ବାଘ ଶୂନ୍ୟ ହୋଇଯାଇଛି ବୋଲି କହିଛନ୍ତି ପିସିସିଏଫ୍‌ ପ୍ରେମ୍‌ ଝା ।

ସେ କହିଛନ୍ତି ସାତକୋଶିଆକୁ ବର୍ତ୍ତମାନ କୌଣସି ବାଘ ଆଣିବାକୁ ଯୋଜନା ନାହିଁ । ୫ ବର୍ଷ ପୂର୍ବେ ବାଘ ରହିଥିଲେ, ବର୍ତ୍ତମାନ ଆଉ ବାଘ ନାହାନ୍ତି । ଶିମିଳିପାଳରେ ୨ ପ୍ରକାର ବାଘ ଅଛନ୍ତି । ସେମାନେ ହେଲେ ନର୍ମାଲ ଟାଇଗର ଓ ବ୍ଲାକ୍‌ ଟାଇଗର । ପ୍ରତି ୪ ବର୍ଷରେ ଥରେ ବାଘ ଗଣାନା କରାଯାଉଛି । ଶିମିଳିପାଳରେ ବର୍ତ୍ତମାନ ବାଘଙ୍କ ସଂଖ୍ୟା ୩୦ ରହିଛି । ଶାବକଙ୍କୁ ୨ବର୍ଷ ହେଲା ପରେ ଗଣନାରେ ସାମିଲ କରାଯିବ ।

ଦେଶ ତଥା ବିଶ୍ୱରେ ଦିନକୁ ଦିନ ବାଘଙ୍କ ସଂଖ୍ୟା କମିବାରେ ଲାଗିଛି । ଅବୈଧ ଶିକାର ଏହାର ଏକ ପ୍ରମୁଖ କାରଣ ସାଜିଥିବାବେଳେ ଆଧୁନିକତା ନାମରେ ଜଙ୍ଗଲ ନଷ୍ଟ ଏବଂ ଜଳବାୟୁ ପରିବର୍ତ୍ତନ ଭଳି କେତେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡୁଛି । ଏହି ପ୍ରାଣୀମାନଙ୍କୁ ବିଲୁପ୍ତ ହେବା ପୂର୍ବରୁ ସୁରକ୍ଷା ଦେବା ଗୁରୁତ୍ୱପୂର୍ଣ୍ଣ ।

Leave a Reply

Your email address will not be published. Required fields are marked *