ଡିସେମ୍ବର ୫ରେ ବାରବାଟୀରେ ଟିକେଟ୍‌ ବିକ୍ରି । ବାରବାଟୀ ମ୍ୟାଚ ପାଇଁ ଡିସେମ୍ବର ୫ରେ ଟିକେଟ୍‌ ବିକ୍ରି ହେବ । ଏ ନେଇ ସୂଚନା ଦେଉଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।ଷ୍ଟାଡିୟମର ୬ଟି କାଉଣ୍ଟରରେ ଟିକେଟ ବିକ୍ରି ହେବ। ତେବେ ଡିସେମ୍ବର ୧ ତାରିଖରେ ଅନଲାଇନ​‌ରେ ଟିକେଟ ମିଳିବ। ଡିସେମ୍ବର ୩ ଏବଂ ୪ ତାରିଖରେ ଓସିଏ ଅନୁବନ୍ଧିତ ସଂସ୍ଥାକୁ ଟିକେଟ ଦିଆଯିବ ବୋଲି ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ଆସନ୍ତା ଡିସେମ୍ବର ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଯାଉଛି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍। ମ୍ୟାଚ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ମ୍ୟାଚ ଯେପରି ସୁବ୍ୟବସ୍ଥିତ ଓ ସୁନିୟନ୍ତ୍ରିତ ଭାବେ ଆୟୋଜିତ ହେବ ସେଥିପାଇଁ ସମସ୍ତ ବ୍ୟବସ୍ଥାକୁ ତୃଟିଶୂନ୍ୟ ଭାବେ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ହେଉଛି। ଟି-୨୦ ବାରବାଟୀରେ ହେବାକୁ ଥିବା ବେଳେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି । ବିଶେଷ କରି ଟିକଟେ ବିକ୍ରୀ ଠାରୁ ଆରମ୍ଭ କରି ମ୍ୟାଚ ପରିଚାଳନା ପର୍ଯ୍ୟନ୍ତ ତ୍ରୁଟିମୁକ୍ତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *