ରାଜ୍ୟରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଓଡ଼ିଶାରେ ଆଉ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ପରୀକ୍ଷା ପରେ ସେମାନେ କରୋନା ପଜିଟିଭ ବାହାରିଛନ୍ତି। ଏହାଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ଛୁଇଁ ୧୧କୁ ବୃଦ୍ଧି ପାଇଛି। ନୂଆ ଆକ୍ରାନ୍ତ ଚିହ୍ନଟ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା । ଅନ୍ୟପଟେ ଶନିବାର ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଥିଲା। କରୋନାରେ ପ୍ରଥମ ମୃତ୍ୟୁ ନେଇ ଅବଗତ ଅଛି ସ୍ବାସ୍ଥ୍ୟ ବିଭାଗ ବୋଲି କୁହାଯାଇଛି । ତେବେ ନୂଆ ଭାରିଆଣ୍ଟ ସିଭିୟର କରୁନଥିବାରୁ ଭୟଭୀତ ନହେବାକୁ ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ ଗତକାଲି ପରାମର୍ଶ ଦେଇଛି । ଏବେ କୋଭିଡ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଏବେ ଯେଉଁ ଭାରିଏଣ୍ଟ ଚିହ୍ନଟ ହୋଇଛି ତାହା ମାଇଲଡ ଷ୍ଟ୍ରେନ । ତେଣୁ କେହି ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । Post navigation ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍; ଭିଡିଓ ଭାଇରାଲ୍ ଏଏସଆଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର