ବହୁତଶୀଘ୍ର ରାଜ୍ୟରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି ୩ଟି ମେଡିକାଲ କଲେଜ । ଯାଜପୁର, କନ୍ଧମାଳ, ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ । ଏହି ସମ୍ପର୍କରେ ଏସସିବି ମେଡିକାଲ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କିପରି ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯିବ ତାହା ଉପରେ ଗୁରୁତ୍ବାରୋପ କରିଛନ୍ତି । ଏହା ସହ ସୁସ୍ଥ ଓଡିଶା, ରୋଗମୁକ୍ତ ଓଡିଶା ଗଠନ କରିବାକୁ ଡାକୁର ମାନଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଆସୋସିଏସନର ଯେଉଁ ଦାବି ରହିଛି ତାହାକୁ ପୂରଣ କରିବା ପାଇଁ ସରକାର ବିଚାର କରିବେ । ସେହିଭଳି ରାଜ୍ୟରେ ୧୧ଟି ମେଡିକାଲ କଲେଜ କାର୍ଯ୍ୟ କରୁଥିବା ବେଳେ ଖୁବଶୀଘ୍ର ଆଉ ୩ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି । କାର୍ଯ୍ୟକ୍ଷମ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ୩ ମେଡିକାଲ କଲେଜ । ଯାଜପୁର ପାଇଁ ୫୦ ସିଟ୍ର ଅନୁମତି ମେଡିକାଲ କାଉନସିଲ୍ ଠାରୁ ମିଳିଛି । ବାକି ୨ଟି ମେଡିକାଲ କଲେଜ ପାଇଁ ଖୁବଶୀଘ୍ର ଆବେଦନ କରିବୁ । Post navigation ବଜେଟ୍ ପାଇଁ ଅନଲାଇନରେ ଆସିଛି ୧୨ ହଜାର ଲୋକଙ୍କ ମତାମତ: ମୁଖ୍ୟମନ୍ତ୍ରୀ ଦକ୍ଷିଣ ମୋଡ଼ ନେଲା ୩ ରଥ