ଛତିଶଗଡ଼ରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର । ଦନ୍ତେୱାଡ଼ା ଓ ବିଜାପୁର ଜିଲ୍ଳା ସୀମାନ୍ତରେ ଏନ୍କାଉଣ୍ଟର ହୋଇଛି । ପୋଲିସ ଏନ୍କାଉଣ୍ଟରରେ ୩ ହାର୍ଡକୋର୍ ମାଓବାଦୀ ନିହତ ହୋଇଛନ୍ତି । ଏହା ସହ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ଜବତ ହୋଇଛି । ସୂଚନା ଯୋଗ୍ୟ; ଛତିଶଗଡ଼ରେ ନକ୍ସଲ ବିରୋଧୀ ଚାଲିଥିବା ଅପରେସନରେ ସୁରକ୍ଷା ବାହିନୀ ଅନେକ ବଡ଼ ସଫଳତା ହାସଲ କରିଛି । ସକାଳରେ ଦାନ୍ତେୱାଡା ଏବଂ ବିଜାପୁର ଜିଲ୍ଲାର ସୀମାନ୍ତ ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ଏକ ଦଳ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିବା ବେଳେ ଗୁଳିବିନିମୟ ହୋଇଥିଲା।ଘଟଣାସ୍ଥଳରୁ ତିନି ଜଣ ନକ୍ସଲଙ୍କ ମୃତଦେହ ସହିତ ବନ୍ଧୁକ ଏବଂ ବିସ୍ଫୋରକ ଜବତ କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । Post navigation ଆଜି ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ; ୧୧ଟା ୩୦ ଯାଏଁ ଗୃହ ମୁଲତବୀ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୋଲିସ ବ୍ୟାରେକ୍ରେ ଚଢ଼ାଉ; ୩ ଆଇଆରବି ଯବାନ ଗିରଫ