ଭୁବନେଶ୍ୱର ନୂଆ ଷ୍ଟେସନରୁ ଗଡ଼ିଲା ୩ଟି ନୂଆ ଟ୍ରେନ୍। ଏହା ଦ୍ୱାରା ଭୁବନେଶ୍ୱର ଉତ୍ତର ଏବଂ କଟକ ଆଠଗଡ଼ ଅଞ୍ଚଳର ଲୋକେ ବିଶେଷ ଉପକୃତ ହେବେ। ସେହି ଟ୍ରେନ୍‌ଗୁଡ଼ିକ ହେଲ ଭୁବନେଶ୍ୱର-CSMT ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ,  ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ ଏବଂ ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ।

ଭୁବନେଶ୍ୱର ନୂଆ ଷ୍ଟେସନରୁ ଏହି ଟ୍ରେନଗୁଡ଼ିକ ମଞ୍ଚେଶ୍ୱର ରେଳ ଷ୍ଟେସନରେ ଦୁଇ ମିନିଟ୍ ରହିବ। ଯାହାଫଳରେ ଉତ୍ତର ଭୁବନେଶ୍ୱର ଅଞ୍ଚଳରେ ଅବସ୍ଥିତ ଅନେକ ଇଞ୍ଜିନିୟରିଂ, ମେଡିକାଲ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଭୁବନେଶ୍ୱର ନୂଆ ଷ୍ଟେସନ ଏକ ସୁବିଧାଜନକ କେନ୍ଦ୍ର ଭାବରେ କାର୍ଯ୍ୟ କରିବ । ସେହିପରି ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ଉପୋରକ୍ତ ଟ୍ରେନ ଗୁଡିକ ୨୦ ମିନିଟ୍ ରହଣି ସମୟ ରହିଛି ।

 

Leave a Reply

Your email address will not be published. Required fields are marked *