ଅର୍ଥନୀତି ବିଜ୍ଞାନରେ ୩ ବିଶିଷ୍ଟ ଅର୍ଥନୀତିଜ୍ଞଙ୍କୁ ନୋବେଲ ପୁରସ୍କାର । ଜୋଏଲ୍ ମୋକିର୍, ଫିଲିପ୍ ଆଘିଅନ୍, ଏବଂ ପିଟର୍ ହାୱିଟଙ୍କୁ ଚଳିତ ବର୍ଷ ପାଇଁ ‘ଅର୍ଥନୀତି ବିଜ୍ଞାନ’ରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ପକ୍ଷରୁ ଆଜି ସେମାନଙ୍କ ନାଁ ଘୋଷଣା କରାଯାଇଛି। ଏହି ୩ ଜଣଙ୍କ ମଧ୍ୟରୁ ୨ ଜଣ ଆମେରିକାର ହୋଇଥିବାବେଳେ ଜଣେ ବ୍ରିଟେନର । ଅର୍ଥନୈତିକ ଅଭିବୃଦ୍ଧି ବ୍ୟାଖ୍ୟା ପାଇଁ ଜୋଏଲ ମୋକିରଙ୍କୁ ନୋବେଲ୍ ମିଳିବାକୁ ଥିବା ବେଳେ ସୃଜନଶୀଳତାରେ ନିରନ୍ତର ଅଭିବୃଦ୍ଧିର ତତ୍ତ୍ୱ ପାଇଁ ଫିଲିପ, ପିଟରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବିଜେତାମାନଙ୍କୁ ୧୧ ନିୟୁତ ସ୍ଵେଡିଶ କ୍ରନର ପ୍ରଦାନ କରାଯିବ। ସେଥିରୁ ଜୋଏଲ ମୋକିରଙ୍କୁ ଅଧା ଏବଂ ଅନ୍ୟ ୨ ଜଣଙ୍କୁ ଅଧା ଅର୍ଥ ପୁରସ୍କାର ବାବଦରେ ପ୍ରଦାନ କରାଯିବ। ନର୍ଥୱେଷ୍ଟର୍ଣ୍ଣ ୟୁନିଭରସିଟିର ଡଚ୍-ଇସ୍ରାଏଲୀ-ଆମେରିକୀୟ ଅର୍ଥନୈତିକ ଇତିହାସବିଦ ଜୋଏଲ୍ ମୋକିର୍ ଐତିହାସିକ ପ୍ରମାଣ ବ୍ୟବହାର କରି ବୁଝିଥିଲେ ଯେ ସମାଜ କିପରି ସ୍ଥିରତାରୁ ଆତ୍ମନିର୍ଭରଶୀଳ ଅର୍ଥନୈତିକ ଅଭିବୃଦ୍ଧି ଆଡ଼କୁ ଗତି କଲା। ତାଙ୍କ ଗବେଷଣା ଦର୍ଶାଇଥିଲା ଯେ ଜ୍ଞାନ, ପରୀକ୍ଷଣ ଏବଂ ପରିବର୍ତ୍ତନ ପାଇଁ ଖୋଲାମନକୁ ମୂଲ୍ୟ ଦେଉଥିବା ସଂସ୍କୃତି ଦ୍ୱାରା ନବସୃଜନକୁ ସମର୍ଥନ କଲେ ହିଁ ପ୍ରଯୁକ୍ତିବିଦ୍ୟା ପ୍ରଗତି ସ୍ଥାୟୀ ହୁଏ।ଐତିହାସିକ ଉତ୍ସଗୁଡ଼ିକୁ ବ୍ୟବହାର କରି ନିରନ୍ତର ଅଭିବୃଦ୍ଧି ନୂତନ ସାଧାରଣ ହେବାର କାରଣଗୁଡ଼ିକୁ ମୋକିର ଉନ୍ମୋଚନ କରିଥିଲେ। ସେହିପରି ଆଗିଅନ୍ ଏବଂ ହାୱିଟ୍ ସ୍ଥାୟୀ ଅଭିବୃଦ୍ଧି ପଛରେ ଥିବା ଯନ୍ତ୍ରପାତିଗୁଡ଼ିକର ମଧ୍ୟ ଅଧ୍ୟୟନ କରିଥିଲେ। ଏଥିରେ ୧୯୯୨ ମସିହାର ଏକ ପ୍ରବନ୍ଧ ଅନ୍ତର୍ଭୁକ୍ତ ଥିଲା ଯେଉଁଥିରେ ସେମାନେ ସୃଜନଶୀଳ ବିନାଶ ନାମକ ଏକ ଗାଣିତିକ ମଡେଲ୍ ବିକଶିତ କରିଥିଲେ। Post navigation ବଢ଼ିଲା ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପୋତ୍ସାହନ ଅବଧି