ଓଡ଼ିଶାରେ କିଛି ବେପାର ଭଲ ଚାଲିଚି । ଯମିତି ଫାଷ୍ଟଫୁଡା ଟେକ୍ସଷ୍ଟାଇଲ ପାର୍କ ହେଇନପାରୁ ପଛେ ରାଜଧାନୀରେ ଅନେକ ଗୁଡିଏ ଖାଉଗଳି ଗଢ଼ିଉଠି ସାରିଚି । ସଞ୍ଜ ବେଳେ ଗଳି ଦେଇ ଗାଡ଼ି ନେଇଯିବା ଦହଗଞ୍ଜର କାମ। ୧୦ଟା ବେଳକୁ ପ୍ରାୟ ସମସ୍ତଙ୍କର ବେପାର ଶେଷ। ଲକ୍ଷ୍ମୀଙ୍କ ଅଶେଷ କରୁଣା ଏହି ବେପାରୀମାନଙ୍କ ପ୍ରତି । ବଡ଼ବଡ଼ିଆଙ୍କ ପାଇଁ ସୁନା ବେପାର । ପ୍ରତ୍ୟେକ ଦିନ ଗୋଟିଏ ନା ଗୋଟିଏ ସୁନା ଓ ଅଳଙ୍କାର ଦୋକାନ ଖୋଲୁଚି। ତେବେ ତ ରାଜଧାନୀର ସବୁ ଛୋଟମୋଟ ବଜାରରେ ଅଛି ସୁନା ଦୋକାନ । ସମସ୍ତେ କ’ଣ ଆଉ ଖିମୂଳୀ, ଲାଲଚାନ୍ଦ ନା କଲ୍ୟାଣ ଯିବେ ? କିନ୍ତୁ ଆମେ ଏମିତି ତିନି ବେପାର କଥା କହିବୁ ଏଭଳି ବେପାର କରୁଥିବା ସଂସ୍ଥା ବା ଦୋକାନୀଙ୍କ ଭାଗ୍ୟ ମାଇଲେ ଚଉଡା ହେଇଯାଇଚି । ଟଙ୍କା ରବାକୁ ବି ଫୁରସତ ନାହିଁ । ଭାବି କହନ୍ତୁ ତ କିଭଳି ବେପାର ? ନମ୍ବର ଓ୍ୱାନ୍ ଫୁଲ ଦୋକାନୀ । ମନ୍ତ୍ରୀଙ୍କ ପାଖକୁ ଗଲେ ଫୁଲତୋଡା ଦରକାର । ଅଫିସରଙ୍କୁ ଭେଟିଲେ ଫୁଲତୋଜା । ନିଜ ଷ୍ଟାଟସ୍ ଅନୁସାରେ ବୁକେର ସାଇଜ ହବା ଦରକାର । ଆଜିକାଲି ମିଠା କେଇ ପସନ୍ଦ କରୁନାହାଁନ୍ତି । ଡ୍ରାଏଫୁଡର ଜମାନା । କିନ୍ତୁ ଡ୍ରାଏଫୁଡ ଦେଇ ଫଟୋ ଉଠେଇ ହବ କି ? ଫୁଲତୋଡା ଦିଅ। ଫଟୋ ଉଠାଅ। ଫେସ୍ବୁକ୍ରେ ଛାଡ। ଏହା ଏକ ଟ୍ରେଣ୍ଡ ହୋଇଯାଇଛି । ପଦ୍ମ ସରକାର ଆସିବା ପରଠୁ ଫୁଲ ବେପାର କଉଁଠୁ ଯାଇ କଉଁ ଉପରେ ପହଞ୍ଚିଲାଣି। ଓଡ଼ିଶାରେ ଫୁଲ ଚାଷ ବିଶେଷ ହୁଏନାହିଁ । ସେପଟୁ ବାଙ୍ଗାଲୋର ଏପଟୁ କୋଲକାତା । ଜଣେ ଫୁଲ ଦୋକାନୀ କହନ୍ତି ଯେ, ନୂଆବର୍ଷରେ ବେପାର ଚାରିଗୁଣା ବଢ଼ି ବଢ଼ିବ । ନମ୍ବର ଟୁ ଗାମୁଛା ଦୋକାନୀ । ଗାମୁଛା କହିଲେ ଖୋର୍ଦ୍ଧା ମୋର୍ଦ୍ଧା ବୁଝଉନି । ଅତିଥିମାନଙ୍କ ବେକରେ ଯଉଁଟା ପଡେ । ଶୁଦ୍ଧ ଭାଷାରେ କୁହାଯାଉଚି ଉତ୍ତରୀୟ । ଭଳିକି ଭଳି ଶ୍ରେଣୀର ଉତ୍ତରୀୟ ଅଛି । ଅତିଥିଙ୍କ ଷ୍ଟାଟସ୍କୁ ଦେଖି ଉତ୍ତରୀୟ। ଗୋଟିଏ ଗୋଟିଏ ଉତ୍ତରୀୟର ଦାମ ବି ୫ ହଜାର ଟଙ୍କା ପର୍ଯ୍ୟନ୍ତ ଅଛି । ବଡ଼ବଡ଼ ମନ୍ତ୍ରୀ ଯନ୍ତ୍ରୀଙ୍କ ପାଇଁ ଏଭଳି ଦାମୀ ଉତ୍ତରୀୟ ନିହାତି ଦରକାର। ଚୟନିକାବାଲାଙ୍କୁ ଫୁରସତ୍ କାହିଁ ? ସରକାରଙ୍କୁ ଉତ୍ସବରୁ ଫୁରସତ ନାହିଁ। ଶୁଣିଲି କାଳେ ବସ୍ତାରେ ଉତ୍ତରୀୟ ଯାଉବି। ଗୋଟେ ଅଧେ ଉତ୍ତରୀୟ କିଣିବାକୁ ଗଲେ ସିଧାସଳଖ ମନା କରିଦଉଚନ୍ତି । ସରକାର କୁଆଡେ ସବୁଠୁ ବେଶି କିଣୁଚନ୍ତି ଉତ୍ତରୀୟ । ବସ୍ତାରେ ଯାଉଚି। ଏ ବେପାର ଚାଲିବ। ନମ୍ବର ଥା ହୋଡ଼ିଂ। ପଦ୍ମ ସରକାର ଆସିବା ପରଠୁ ହୋଡ଼ିଂ ବେପାର କାହିଁ କେତେଗୁଣ ବଢ଼ି ଗଲାଣି । ଆର୍ଟିଷ୍ଟଙ୍କୁ ଫୁରସତ୍ ନାହିଁ । ଡିଜାଇନରଙ୍କୁ ବି ନାହିଁ ଫୁରସତ୍ । ହୋଡ଼ିଂ ବେପାରୀମାନେ ପଦ୍ମ ସରକାର ଅମଳରେ ଲକ୍ଷପତି ନୁହନ୍ତି କୋଟିପତି ହେଇଯାଇସାରିଲେଣି। ଯୁଆଡେ ଦେଖିଲେ କେବଳ ହୋଡିଂ ହିଁ ହୋଡିଂ । ଚାଲୁ । ଏମିତି ବେପାର ଚାଲୁ । ଆଉ କିଛି ପଛେ ନ ଚାଲିଲେ ନ ଚାଲୁ । Post navigation Economic Region In Odisha: ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅଞ୍ଚଳକୁ ନେଇ ଗଠନ ହେବ ଇକୋନୋମିକ୍ ରିଜିଅନ୍