ଭୁବନେଶ୍ବରରୁ ସିବିଆଇ ୧୦ ଲକ୍ଷ ଟଙ୍କା ଜବତ କରିବା ଘଟଣାରେ ୨ ପର୍ଯ୍ୟାୟ ରିମାଣ୍ଡ ଶେଷରେ ବିଚାର ବିଭାଗୀୟ ହାଜତ ଗଲେ ୩ ଅଭିଯୁକ୍ତ ଚଞ୍ଚଳ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର, ସନ୍ତୋଷ ମହାରଣା । ସ୍ପେଶାଲ ସିଜେଏମ ସିବିଆଇ କୋର୍ଟରେ ତିନି ଅଭିଯୁକ୍ତ ହାଜର ହେବା ପରେ ତିନିଜଣ କୋର୍ଟରେ ଜାମିନ ପାଇଁ ଆବେଦନ କରାଯାଇଥିବା ସୂଚନା। ଯାହାର ଶୁଣାଣି ଆସନ୍ତା ଶୁକ୍ରବାର ହେବ ବୋଲି ଜଣାଯାଇଛି । ସୂଚନା ଯୋଗ୍ୟ; ଟେଣ୍ଡର ଫକ୍ସିଂ ମାମଲାରେ ଜାରି ରହିଛି ତନାଘନା । ସିବିଆଇ କାର୍ଯ୍ୟାଳୟରେ ଚାଲିଛି ଘନଘନ ଜେରା ଅଭିଯୁକ୍ତ ୩ ଜଣଙ୍କୁ ୧୦ ଦିନ ରିମାଣ୍ଡରେ ନେବା ପାଇଁ ସିବିଆଇ ଆବେଦନ କରିଥିଲା । କିନ୍ତୁ ୫ ଦିନ ଅନୁମତି ଦେଇଥିଲେ ସିବିଆଇ ସ୍ଵତନ୍ତ୍ର କୋର୍ଟ । ଯାହା ଆଜି ଶେଷ ହୋଇଛି । ବ୍ୟାଙ୍କ୍ ଷ୍ଟେଟମେଣ୍ଟଠୁ ଆରମ୍ଭ କରି ସମସ୍ତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଖୋଳତାଡ କରିଛି ସିବିଆଇ । Post navigation ସପ୍ତାହେ ହେଲା ବନ୍ଦ ରହିଛି ୧୦୮ ଆମ୍ବୁଲାନ୍ସ ସେବା; ରୋଗୀ ହନ୍ତସନ୍ତ ସଂସଦରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ‘ପାଲେଷ୍ଟାଇନ’ ବ୍ୟାଗକୁ ନେଇ ଝଡ଼