ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାରେ ଲୁଟେରା ଗିରଫ । ରାଜ୍ୟ ବାହାରୁ ଲୁଟେରାକୁ ଗିରଫ କଲା କମିଶନରେଟ୍ ପୋଲିସ । ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ଧରିଛି ନୟାପଲ୍ଲୀ ପୋଲିସ । ଆଜି ତାକୁ କୋର୍ଟରେ ହାଜର କରାଯିବ। ଟ୍ରାଞ୍ଜିଟ ରିମାଣ୍ଡରେ ଅଭିଯୁକ୍ତକୁ ଭୁବନେଶ୍ୱର ଅଣାଯାଉଥିବା ସୂଚନା ମିଳିଥିବା ବେଳେ ଅଭିଯୁକ୍ତ ପାଖରୁ ଟଙ୍କା ଓ ସୁନା ହୀରା ଅଳଙ୍କାର ଜବତ ହୋଇଛି ତାହା ନେଇ କୌଣସି ସୂଚନା ମିଳିନାହିଁ । ସୂଚନା ଯୋଗ୍ୟ; ଗତ ୨୫ ତାରିଖରେ ଆଇଆରସି ଭିଲେଜର ଭିଆଇପି କଲୋନୀରେ ଥିବା ନିରଞ୍ଜନଙ୍କ ଘରର ଉପର ମହଲାରେ ରହୁଥିବା ପୁଅ ବୋହୂଙ୍କ ଘରୁ ଲୁଟ ହୋଇଥିଲା । ୫୦ ଲକ୍ଷ ଟଙ୍କାର ସୁନା ଗହଣା ଓ ଲକ୍ଷାଧିକ ନଗଦ ଟଙ୍କା ନେଇ ଯାଇଥିଲା ଲୁଟେରା । Post navigation ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଏଡିଇଓ ଆୟ ବିହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବାଲେଶ୍ବର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତି