ରାଜ୍ୟରେ ଏଣିକି ଶବ ପରିବହନ ପାଇଁ ରହିବ କଲ ସେଣ୍ଟର। ୧୦୮ ଆମ୍ବୁଲାନ୍ସ ଭଳି ରହିବ ସ୍ବତନ୍ତ୍ର ଟୋଲ୍‌ ଫ୍ରି ନମ୍ବର୍ । ତେବେ ମୃତଦେହକୁ ଘର କିମ୍ବା ଶ୍ମଶାନ ଯାଏ ନେବାକୁ ଏହା କାମ କରିବ। ବିଶେଷକରି ସରକାରୀ ହସ୍ପିଟାଲରେ ପ୍ରାଣ ହରାଇଲେ ମୃତଦେହକୁ ନେବାକୁ ଏହା କାମ କରିବ। କଲ ସେଣ୍ଟର ମାଧ୍ୟମରେ ରୋଗୀ ପରିବାର ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ସ୍ଥାପନ କରି ମୃତଦେହକୁ ଠିକ୍‌ ସମୟରେ ଏବଂ ସୁବିଧାରେ ନିର୍ଦ୍ଧାରିତ ସ୍ଥାନକୁ ପହଞ୍ଚା ଯାଇ ପାରିବ।

ଶବ ପରିବହନ ପାଇଁ ସ୍ଥାପନ ହେବାକୁ ଥିବା କଲ ସେଣ୍ଟର ପାଇଁ ଆଜି ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି । ଶବ ପରିବହନ ପାଇଁ କିମି ପିଛା ଦର କେତେ ରହିଛି ଆଲୋଚନା । ବୈଠକରେ ଏବେ ରାଜ୍ୟରେ କେଉଁ ଜିଲ୍ଲାର ହସ୍ପିଟାଲରେ ବାର୍ଷିକ କେତେ ଲୋକଙ୍କ ମୃତ୍ୟୁ ହେଉଛି, ସେହି ହିସାବରେ କେତେ ଶବ ପରିବହନ ଗାଡ଼ି ଆବଶ୍ୟକ ସେନେଇ ସ୍ଵାସ୍ଥ୍ୟ ସଚିବ ତଥ୍ୟ ମାଗିଛନ୍ତି।

Leave a Reply

Your email address will not be published. Required fields are marked *