ଧାନ ବିକ୍ରିରେ ଚାଷୀମାନଙ୍କର କିଛି ସମସ୍ୟା ରହିବନି କି ଟୋକନ ସମସ୍ୟା ରହିବନି । ଟାର୍ଗେଟ ସମସ୍ୟାର ଇତି ମଧ୍ୟରେ ସମାଧାନ ହୋଇ ସାରିଛି ବୋଲି କହିଛନ୍ତି ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ସମ୍ବଲପୁର ଗସ୍ତ କରି ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ଯୋଗ ଦେଇ ଧାନ କିଣାକୁ ନେଇ ଆଉ ହେବ ନାହିଁ ସମସ୍ୟା ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।
ସେ କହିଛନ୍ତି , ସମ୍ବଲପୁର ଜିଲ୍ଲାରେ ଚାଷୀଙ୍କ ଟାର୍ଗେଟ ସମସ୍ୟାର ସମାଧାନ ହୋଇ ସାରିଥିବାବେଳେ କୌଣସି ଚାଷୀଙ୍କ ଟୋକନ ସମସ୍ୟା ରହିବ ନାହଁ । ଯେତିକି ଟାର୍ଗେଟ୍ ଦରକାର ସେତିକି ଦିଆଯିବ । ଆଉ ଗୋଟିଏ ବି ଟୋକନ ଲାପ୍ସ ହେବ ନାହିଁ । ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟିକୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି ବୋଲି ମନ୍ତ୍ରୀ ସୁଚନା ଦେଇଛନ୍ତି । ଏହି ବୈଠକରେ ସମ୍ବଲପୁର ଜିଲ୍ଲାପାଳଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *