ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶା ପାଇଁ ଖୁସିର ଖବର । କିଛି ମାସ ତଳେ କେନ୍ଦୁଝର ଜିଲ୍ଲାର ମାଟି ତଳେ ସୁନା ଥିବାର କଥା କହିଥିଲା ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ। ଏବେ ନୟାଗଡ଼ ଜିଲ୍ଲାର ମାଟି ତଳେ ଲିୟମ ଭଣ୍ଡାର ଥିବା କଥା । ଜଣାପଡିଛି । ଯଦି ଏହା ସତ୍,ତେବେ ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶା ବଡ଼ ସଫଳତା ହାସଲ କରିବ ଏଥିରେ ସନ୍ଦେହ ନାହିଁ।

ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଜିଏସଆଇ)ର ଓଡ଼ିଶା ଉପମହାନିର୍ଦ୍ଦେଶକ ପଙ୍କଜ କୁମାର କହିଛନ୍ତି ଯେ, ନୟାଗଡ଼ ମାଟି ତଳେ ଲିୟମ ଥିବାର ସଙ୍କେତ ମିଳିଛି । ମାଟି ତଳେ ଥିବା ପ୍ରାକୃତିକ ସମ୍ପଦକୁ ଖୋଜିବା ପାଇଁ ନୂଆ ଟେକ୍ନୋଲୋଜି ବ୍ୟବହାର ହେଉଛି ଏବଂ ଏଆଇର ସହଯୋଗ ନିଆଯାଉଛି । ଲିଥିୟମ ଉତ୍ତୋଳନ କ୍ଷେତ୍ରରେ ଦେଶର ଆତ୍ମନିର୍ଭରଶୀଳତା ବଢ଼ାଇବା ପାଇଁ ଭାରତ ସରକାର ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଅନୁସନ୍ଧାନକୁ ପ୍ରାଥମିକତା ଦେଉଥିବାରୁ ଲିଥିୟମ ଉତ୍ତୋଳନ ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟ କରିବା ପାଇଁ ଜିଏସଆଇ ପକ୍ଷରୁ ଓଡ଼ିଶାରେ ପ୍ରୟାସ ଜାରି ରହିଛି।

କିଏସଆଇ ପକ୍ଷରୁ କୁହାଯାଇଛି ଯେ, ବହୁ ମୂଲ୍ୟବାନ ଖଣିଜ ପଦାର୍ଥ ରହୁଥିବା ମୟୂରଭଞ୍ଜ ଜିଲ୍ଲାରେ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହୋଇଛି । ମୟୂରଭଞ୍ଜ ପରେ ଦକ୍ଷିଣ ଓଡ଼ିଶା, ବିଶେଷ କରି କନ୍ଧମାଳ ଓ ମାଲକାନଗିରି ଭଳି ଜିଲ୍ଲାରେ ଖଣି ସର୍ଭେ କରିବାକୁ ସରକାର ଯୋଜନା କରିଛନ୍ତି। ବିଶେଷ କରି ନୟାଗଡ଼ ଜିଲ୍ଲାରେ ଲିଥିୟମ୍ ଖୋଜିବାରେ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ନେତୃତ୍ୱ ନେଉଛି। ଓଡ଼ିଶାରେ ଲିଥିୟମ ଭଣ୍ଡାର ଆବିଷ୍କାର ହେବା ପରେ ଘରୋଇ ଇଲେକ୍ଟ୍ରିକ୍ ଯାନ ବ୍ୟାଟେରୀ ଉତ୍ପାଦନ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଏହାଦ୍ଵାରା ଇଭି ବ୍ୟାଟେରୀ ପାଇଁ ଲିଥିୟମ ଆମଦାନୀ ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଇବ ଏବଂ ଦେଶର ଇଭି ଯୋଗାଣ ଶୃଙ୍ଖଳା ସୁଦୃଢ଼ ହୋଇପାରିବ ।

ଏହାବ୍ୟଦୀତ ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସୁନା ଗଜ୍ଜିତ ଥିବା ଖବର ସାମ୍ନାକୁ ଆସିଛି। ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଏହି ଖଣିଜ ପଦାର୍ଥର ଅନୁସନ୍ଧାନରେ ନିୟୋଜିତ ହୋଇଛି । ଖଣି ମନ୍ତ୍ରାଳୟ ସଚିବ ଏଲ କାନ୍ତାରାଓ କହିଛନ୍ତି ଯେ ଭାରତରେ ପ୍ରାୟ ୫୦ ପ୍ରତିଶତ ଖଣିଜ ପଦାର୍ଥ ଯୋଗାଣ କରି ଓଡ଼ିଶା ଦେଶର ଖଣି ରାଜଧାନୀଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିଛି। ଓଡ଼ିଶାର ଖଣି କାର୍ଯ୍ୟ ସମଗ୍ର ଦେଶ ପାଇଁ ଏକ ମଡେଲ ପାଲଟିଛି। ଦୁଇଦିନ ଧରି ଓଡ଼ିଶାରେ ଚାଲିଥିବା ଏହି ଖଣି ସମ୍ମିଳନୀ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସୂଚନାଯୋଗ୍ୟ ଯେ, କାଚ, ଆଲୁମିନିୟମ ଉତ୍ପାଦ ଏବଂ ବ୍ୟାଟେରୀ ଉତ୍ପାଦନ ପାଇଁ ଲିଥିୟମ୍ ବ୍ୟବହାର କରାଯାଏ। ଅଷ୍ଟ୍ରେଲିଆ ଓ ଚିଲି ବିଶ୍ଵର ସବୁଠାରୁ ବଡ଼ ଲିଥିୟମ ଉତ୍ପାଦନକାରୀ ଦେଶ । ଭାରତରେ କର୍ଣାଟକ ଏବଂ ଜମ୍ମୁ-କଶ୍ମୀର ରାଜ୍ୟରେ ଲିଥିୟମ୍ ଭଣ୍ଡାର ଆବିଷ୍କୃତ ହୋଇଛି। ଓଡ଼ିଶାରେ ମିଳିଲେ ରାଜ୍ୟ ଲିଥିୟମ ଭଣ୍ଡାରର ସବ୍ୟତମ କେନ୍ଦ୍ର ହେବ ଏବଂ ଇଲେକ୍ଟ୍ରିକ୍ ଯାନ ନିର୍ମାତାମାନେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ବାଟ ଖୋଲିବ।

Leave a Reply

Your email address will not be published. Required fields are marked *