ଆଜି ପ୍ରକାଶ ପାଇଛି ପୁରୀ ଜଗନ୍ନାଥ ମନ୍ଦିରରେ ରତ୍ନ ଭଣ୍ଡାରର ପ୍ରାଥମିକ ସର୍ଭେ ରିପୋର୍ଟ । ରିପୋର୍ଟ ଅନୁସାରେ ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡଙ୍ଗ ନାହିଁ  ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ୍ । ସେ କହିଛନ୍ତି ପ୍ରାଥମିକ ଆଲୋଚନାରୁ କୌଣସି ସୁଡଙ୍ଗ ବା ଗୁପ୍ତ କୋଠରୀ ନ ଥିବା ଜଣା ପଡିଛି । ଏ ନେଇ ଚୂଡାନ୍ତ ରିପୋର୍ଟକୁ ଆମେ ଅପେକ୍ଷା କରିଛୁ । ସେପ୍ଟେମ୍ବରରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏ. ଏସ୍. ଆଇ.) ରତ୍ନ ଭଣ୍ଡାର ର ଯାଞ୍ଚ କରିଥିଲା, ଯେଉଁଥିରେ ରତ୍ନ ଭଣ୍ଡାରର ଗ୍ରାଉଣ୍ଡ ପେନେଟ୍ରେଟିଙ୍ଗ୍ ରାଡାର (ଜିପିଆର୍) ସର୍ବେକ୍ଷଣ ଅନ୍ତର୍ଭୁକ୍ତ ଥିଲା। ମୂଲ୍ୟବାନ ସାମଗ୍ରୀର ତାଲିକା ଏବଂ ଢାଞ୍ଚାର ମରାମତି ପାଇଁ ଜୁଲାଇରେ ୪୬ବର୍ଷର ବ୍ୟବଧାନ ପରେ ରତ୍ନ ଭଣ୍ଡାର ଖୋଲାଯାଇଥିଲା।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଭିଡ ରହିଛି । କାର୍ତ୍ତିକ ପରେ ରତ୍ନଭଣ୍ଡାରର ମରାମତି କାମ ହେବ । କିନ୍ତୁ ନୂଆ ବର୍ଷରୁ ରତ୍ନଭଣ୍ଡାର ଗଣତି ମଣତି ହେବ । କାର୍ତ୍ତିକ ମାସ ଯୋଗୁ ଶ୍ରୀମନ୍ଦିର ରେ ଶ୍ରଦ୍ଧାଳୁ ଭିଡ଼ ଥିବା ହେତୁ ଗଣତି କାର୍ଯ୍ୟ ନୂଆ ବର୍ଷ ପରେ ହେବ। ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଏବଂ ଏକ ତାଲିକା ଡକ୍ୟୁମେଣ୍ଟ ହେବା ପରେ ମୂଲ୍ୟବାନ ସାମଗ୍ରୀକୁ ରତ୍ନ ଭଣ୍ଡାରକୁ ଫେରାଇ ଦିଆଯିବ।

By Nirvay

Leave a Reply

Your email address will not be published. Required fields are marked *